ETV Bharat / city

ମହାମାରୀ କୋରୋନା: ଭୟଭୀତ ନହେବାକୁ ବାଲୁକାକଳାରେ ବାର୍ତ୍ତା - corona fear

ସମସ୍ତଙ୍କୁ ଘାରିଛି କୋରୋନା ଭୟ । ତେବେ କୋରୋନାକୁ ନେଇ ଲୋକେ ଆତଙ୍କିତ ନହେବାକୁ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ....

sand art on corona virus
କୋରୋନା ଭୟ, ବାଲୁକାକଳାରେ ଭୟବିତ ନ ହେବାକୁ ପରାମର୍ଶ
author img

By

Published : Mar 4, 2020, 11:20 PM IST

Updated : Mar 5, 2020, 2:14 AM IST

ଭୁବନେଶ୍ବର/ପୁରୀ: ସମଗ୍ର ବିଶ୍ବରେ ଧିରେ ଧିରେ କାୟା ବିସ୍ତାର କରୁଛି ଘାତକ କୋରୋନା ଭାଇରସ । ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ଏଯାବତ ବିଶ୍ବବ୍ୟାପୀ 3100ରୁ ଅଧିକ ମୁଣ୍ଡ ନେଲାଣି । ଏହାସହିତ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ କୋରୋନା ।

sand art on corona virus
ଫଟୋ ସୌଜନ୍ୟ: ଟ୍ବିଟର@sudarsansand

ଦିନକୁ ଦିନ କୋରୋନାକୁ ନେଇ ଆତଙ୍କ ବାତାବରଣ ହେଉଥିବା ବେଳେ ଏହାକୁ ନେଇ ନାନା ଗୁଜବ ବି ବଢ଼ିବାରେ ଲାଗିଛି । ତେବେ ଗୁଜବରେ ବିଶ୍ବାସ ନକରି କେନ୍ଦ୍ର ସରକାର ଜାରି କରିଥିବା ଗାଇଡ଼ ଲାଇନ ଓ ସତର୍କତା ଅବଲମ୍ବନ କରିବାକୁ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ମହାମାରୀ କୋରୋନା: ଭୟଭୀତ ନହେବାକୁ ବାଲୁକାକଳାରେ ବାର୍ତ୍ତା

ଏପଟେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 28 ଛୁଇଁବା ପରେ ଚାରିଆଡେ କୋକୁଆ ଭୟ । ଏଭଳି ସ୍ଥିତିରେ ଲୋକଙ୍କୁ ଭୟଭୀତ ନହେବାକୁ ବାଲୁକାକଳା ମାଧ୍ୟମରେ ସଚେତନ କରିଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

କୋରୋନା ଭାଇରସକୁ ନେଇ ପୁରୀ ବେଳାଭୂମିରେ ଏକ ବାଲୁକାକଳା କରିଛନ୍ତି । ଏଥିରେ ଲୋକଙ୍କୁ ଭୟଭୀତ ନ ହେବାକୁ ବାର୍ତ୍ତା ଦେବା ସହ ସୁରକ୍ଷିତ ରହିବାକୁ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 5, 2020, 2:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.