ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ହେଉଛି ରଜ । ପ୍ରତିବର୍ଷ ଏହାକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯାଏ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଜ ପାଇଁ ଅନେକ କଟକଣା ରହିଛି । ତେବେ ଏହା ମଧ୍ୟରେ ବି ରାଜଧାନୀର ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳରେ ଆନନ୍ଦ ଉତ୍ସବର ସହ ରଜ ପାଳନ କରାଯାଉଛି ।
ଶହ ଶହ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇ ଏହି ପର୍ବ ପାଳନ କରୁଥିବେଳେ ସାପ୍ତାହିକ ସଟ ଡାଉନ କଟକଣା ଯୋଗୁଁ ଲୋକମାନେ ଘରୁ ବାହାରୁନଥିବା ଦେଖିବାକୁ ମିଳୁଛି । ଫଳରେ ଗାଁ ମୁଣ୍ଡ, ସାହି ଓ ବସ୍ତିରେ ହେଉଥିବା ରଜ ଆସର ଦେଖିବାକୁ ମିଳୁନଥିଲେ ମଧ୍ୟ ବସ୍ତି ଓ କଲୋନୀ ଅଞ୍ଚଳରେ ପିଲାମାନେ ଛୋଟ ଛୋଟ ଦୋଳି ଲଗାଇ ଖେଳୁଥିବା ଦେଖିବାକୁ ମିଳିଛି ।
ସକାଳୁ ଉଠି ଗାଧୁଆ ସାରି ଘରେ ହୋଇଥିବା ପିଠାପଣା ଖାଇ ନିଜ ସାଙ୍ଗସାଥୀମାନଙ୍କ ସହ ଖେଳରେ ମାତିଥିବା ଦେଖା ଯାଇଛି । ଯାହାକି ସେମାନଙ୍କୁ ବହୁତ ଖୁସି ଦେଇଥିବା ବେଳେ କୋରୋନା କଟକଣା ପାଇଁ ବାହାରକୁ ବୁଲିବାକୁ ଯାଇ ନ ପାରିବାରୁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ