ETV Bharat / city

କୋରୋନା ଆତଙ୍କ: ଓଡିଆ ଫିଲ୍ମ ଫେୟାର ପୁରସ୍କାର କାର୍ଯ୍ୟକ୍ରମ ସ୍ଥଗିତ

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସମସ୍ତଙ୍କ ସୁରକ୍ଷାକୁ ନଜରରେ ରଖି ଓଡିଆ ଫିଲ୍ମ ଫେୟାର ପୁରସ୍କାର ଉତ୍ସବକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

author img

By

Published : Mar 14, 2020, 11:35 PM IST

କୋରନା ଆତଙ୍କ
କୋରନା ଆତଙ୍କ

ଭୁବନେଶ୍ବର: କୋରୋନା ସାରା ବିଶ୍ବରେ କାୟା ବିସ୍ତାର କଲାଣି । ଧିରେ ଧିରେ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଓଡିଆ ଫିଲ୍ମ ଫେୟାର ପୁରସ୍କାର ଉତ୍ସବକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏକ ସାମ୍ବାଦିକ ସାମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ଦିନ ଅର୍ଥାତ୍‌ 15 ମାର୍ଚ୍ଚରେ ସ୍ଥାନୀୟ ଜନତା ମଇଦାନରେ ଏହି ଉତ୍ସବ ଆୟୋଜିତ ହୋଇଥାନ୍ତା ।

ବିଶ୍ବରେ କରୋନାର ସଂକ୍ରମଣ ମହାମାରୀର ରୂପ ନେଉଛି । ତେଣୁ ଭାରତ ସରକାର ଓ ରାଜ୍ୟ ସରକାର ଏଥିପାଇଁ ସତର୍କତା ଅବଲମ୍ବନ କରିବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସହ ଓଡିଶା ସରକାର କୋରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରିବା ସହ ଏହାର ପ୍ରସାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ତେଣୁ ତାହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ଆୟୋଜକ ୱାଇଟ କାନଭାସ ପକ୍ଷରୁ ଏହାର ମୁଖ୍ୟ ଉଲ୍ଲାସ ବେଉରା କହିଛନ୍ତି ।

କୋରୋନା ଆତଙ୍କ: ଓଡିଆ ଫିଲ୍ମ ଫେୟାର ପୁରସ୍କାର କାର୍ଯ୍ୟକ୍ରମ ସ୍ଥଗିତ

ଏହା ସହିତ ସମସ୍ତ ଜନସାଧାରଣଙ୍କୁ ଏହା ଦ୍ବାରା ସୂଚନା ପ୍ରଦାନ କରିବା ସହ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ତେବେ ପରବର୍ତ୍ତୀ ଅବସ୍ଥାରେ ଏହି ସମସ୍ୟାର ସମାଧାନ ହେବା ସହ ସରକାରଙ୍କ ପକ୍ଷରୁ ଏଥିପାଇଁ ନୂଆ ନିର୍ଦ୍ଦେଶାନାମା ଆସିବା ପରେ ଏହାର ଆୟୋଜନ ନେଇ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତି ସହ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ସୂଚନାଯୋଗ୍ୟ, ରବିବାର ଦିନ ଏହା ସ୍ଥାନୀୟ ଜନତା ମୈଦାନରେ ଆୟୋଜିତ ହେବାର ଥିବାବେଳେ ଏଥିରେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ଅନେକ ବିଶିଷ୍ଟ କଳାକାର ଓ ଅତିଥିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.