ETV Bharat / city

କୋରୋନା କଟକଣା; ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତ ପୂରଣ କରିବେ ଘୋଷଣାନାମା ପତ୍ର - corona update from odisha

କୋରୋନା ସତର୍କତା ନେଇ ଶ୍ରୀମନ୍ଦିରରେ ବିଭିନ୍ନ କଟକଣା କରାଯାଇଛି । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ମଙ୍ଗଳବାର ଠାରୁ ଏକ ଘୋଷଣାନାମା ଫର୍ମ ପୂରଣ କରିବେ ବୋଲି କୁହାଯାଇଛି ।

srimandira
କୋରୋନା ସତର୍କତା; ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତ ପୂରଣ କରିବେ ଘୋଷଣାନାମା ପତ୍ର
author img

By

Published : Mar 16, 2020, 1:32 PM IST

ପୁରୀ: କୋରୋନା ସତର୍କତା ନେଇ ଶ୍ରୀମନ୍ଦିରରେ ବିଭିନ୍ନ କଟକଣା କରାଯାଇଛି । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ମଙ୍ଗଳବାର ଠାରୁ ଏକ ଘୋଷଣାନାମା ଫର୍ମ ପୂରଣ କରିବେ ବୋଲି କୁହାଯାଇଛି । ଯେଉଁଥିରେ କି ଭକ୍ତ ଓ ତାଙ୍କ ପରିବାର ସଦସ୍ୟମାନେ ନିଜ ନାମ, ପିତାଙ୍କ ନାମ, ଗ୍ରାମ, ସହର, ପୋଷ୍ଟ ସମେତ କେଉଁ ଦେଶ ଓ ରାଜ୍ୟ, ଫୋନ ନମ୍ବର ତଥ୍ୟ ଦେବେ ।

ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତ ପୂରଣ କରିବେ ଘୋଷଣାନାମା ପତ୍ର
କୋରୋନା ସତର୍କତା

ସେହିପରି 2019 ଡିସେମ୍ବର ଠାରୁ ଉକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାର କୌଣସି ଲୋକ କୋରୋନା ସଂକ୍ରମିତ ଦେଶ ଯାଇଛନ୍ତି କି ନାହିଁ ସେନେଇ ମଧ୍ୟ ତଥ୍ୟ ଦେବେ । ଏହାସହ ଗତ 15 ଦିନ ହେବ ପରିବାରର କୌଣସି ସଦସ୍ୟଙ୍କୁ ଜ୍ବର, କାଶ, ଥଣ୍ଡା ଆଦି ହୋଇଛି କି ନାହିଁ ସେ ତଥ୍ୟ ମଧ୍ୟ ଦେବେ ବୋଲି ଜଣାପଡିଛି ।

ଯଦି ତଥ୍ୟ ଦେବାରେ କୌଣସି ଭୁଲ ଥାଏ ପରବର୍ତ୍ତୀ ସମୟ ସେ ନିଜେ ଦାୟୀ ରହିବା ସହ ସରକାର ତାଙ୍କ ଉପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.