ETV Bharat / city

ଓଡିଶାରେ ସବୁଠାରୁ କମ ରହିଛି କୋରୋନା ମୃତ୍ୟୁହାର

author img

By

Published : May 26, 2020, 8:46 PM IST

ଅନ୍ୟ ରାଜ୍ୟ ତୁଳନାରେ କୋରୋନା ଆକ୍ରାନ୍ତରେ ମୃତ୍ୟୁସଂଖ୍ୟା ସବୁଠାରୁ କମ ରହିଛି ଓଡିଶାରେ । ଅନ୍ୟ ରାଜ୍ୟ ତୁଳନାରେ କୋରୋନା ଆକ୍ରାନ୍ତରେ ମୃତ୍ୟୁସଂଖ୍ୟା ସବୁଠାରୁ କମ ରହିଛି ।

ଓଡିଶାରେ ସବୁଠାରୁ କମ ରହିଛି କୋରୋନା ମୃତ୍ୟୁହାର
ଓଡିଶାରେ ସବୁଠାରୁ କମ ରହିଛି କୋରୋନା ମୃତ୍ୟୁହାର

ଭୁବନେଶ୍ବର: ଓଡିଶାରେ ସବୁଠାରୁ କମ ରହିଛି କୋରୋନା ମୃତ୍ୟୁହାର । ଓଡିଶାରେ ଅନ୍ୟ ରାଜ୍ୟ ତୁଳନାରେ କୋରୋନା ଆକ୍ରାନ୍ତରେ ମୃତ୍ୟୁସଂଖ୍ୟା ସବୁଠାରୁ କମ ରହିଛି । ଦୀର୍ଘ 2 ମାସ ଲାକଡାଉନ ଓ ସରକାରଙ୍କର କୋରୋନା ପରିଚାଳନାରେ ଓଡିଶାରେ ମୃତ୍ୟୁ ସଂଖ୍ୟା କମ ରହିଛି ।

ବିଶ୍ବରେ କୋରୋନା ଆକ୍ରାନ୍ତରେ ଅଧିକ ମାତ୍ରରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ହେଲେ ଓଡିଶାରେ ମୃତ୍ୟୁହାର କମ ରହିଛି । କୋରୋନା ପରି ସମସ୍ୟା ବିଶ୍ବରେ ଆଗରୁ କେବେ ଏଭଳି ଦେଖାଯାଇନଥିଲା । ଓଡିଶାରେ ଆଗୁଆ ପ୍ରସ୍ତୁତି କରାଯାଇଛି । ଏହାପରି ପ୍ରସ୍ତୁତକୁ ମଧ୍ୟ ସୁଫଳ ମିଳିଛି ରାଜ୍ୟ ସରକାରଙ୍କୁ । ଏପରିକି ବୟସ୍କ ଲୋକମାନଙ୍କ ପାଇଁ ଅଧିକ ଯନ୍ତ୍ରବାନ ହେବା ଆବଶ୍ୟକ । ଗ୍ରାମାଞ୍ଚଳରେ ଅସ୍ଥାୟୀ ମେଡିକାଲ ପ୍ରସ୍ତୁତ କରିବା ଏକ ସଫଳ ନିଷ୍ପତି ଅଟେ । ଦେଶରେ ପ୍ରାୟ 100 ଆକ୍ରାନ୍ତରେ 2.86 ଜଣଙ୍କର ମୃତ୍ୟୁ ଘଟୁଛି । ରାଜ୍ୟରେ 86.75 ଟେଷ୍ଟରେ ଜଣେ ପଜିଟିଭ ବାହାରୁଛି । ଦେଶରେ 11.05 ଦିନରେ ଆକ୍ରଙ୍କ ସଂଖ୍ୟା 2ଗୁଣ ବଢିଛି ।

କିନ୍ତୁ ଓଡିଶାରେ 13.39 ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ବଢିଛି । ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରୁ 108 ଜଣଙ୍କର ପରୀକ୍ଷା କରୁଛି ରାଜ୍ୟ । ଦେଶରେ ପ୍ରତି 10 ଲକ୍ଷରେ 33 ସନ୍ଦିଗ୍ଧଙ୍କର ପରୀକ୍ଷା କରାଯାଉଛି । ଲାକଡାଉନକୁ 60 ଦିନ ବିତିଯାଇଛି । ଓଡିଶାରେ ରହିଛନ୍ତି ଜନସଂଖ୍ୟା 4କୋଟି 60 ଲକ୍ଷ ।

ରାଜ୍ୟରେ ଟେଷ୍ଟ ପ୍ରତି କୋଟି ଜନସଂଖ୍ୟାରେ 3 ହଜାରରେ ପହଁଚିଛି । ସହରରେ ଟେଷ୍ଟ ଅଧିକ କରିବା ଆବଶ୍ୟକ। ଓଡିଶାରେ ଅଧିକ ଟେଷ୍ଟ ହୋଇଛି ଅନ୍ୟ ରାଜ୍ୟ ତୁଳନାରେ । ଅନ୍ୟ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । କିନ୍ତୁ ବିଗତ କିଛିଦିନ ହେଲା 7 ଜଣଙ୍କ ମୃତ୍ୟୁ ସଂଖ୍ୟାରେ ରହିଛି । ଏହା କେବଳ ସଫଳ ହୋଇପାରିଛି ଜନସାଧାରଣଙ୍କ ସଚେତନତା ପାଇଁ । ରାଜ୍ୟରେ ଏପର୍ଯ୍ୟନ୍ତ ସୁଦ୍ଧା 3 ହଜାର ବେଡ୍‌ ପ୍ରସ୍ତିତ ହୋଇଛି । ଶିଶୁ, ଦିବ୍ୟାଙ୍ଗ ଗର୍ଭବତୀ ମଧ୍ୟ କୋଭିଡ ପରୀକ୍ଷା କରାଯାଉଛି । 1 ଲକ୍ଷ ଲୋକେ କୋରେଣ୍ଟାଇନ ସାରି ଘରାକୁ ଫେରିଲେଣି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.