ଭୁବନେଶ୍ବର: କୋରୋନାକୁ ନେଇ ପେଟ୍ରୋଲ ଓ ଡିଜେଲ ଉପରେ ପଡିପାରେ କି ପ୍ରଭାବ ? ଏନେଇ ସମସ୍ତେ ଚିନ୍ତିତ । 2 ମାସରେ 30 ପ୍ରତିଶତ ବେପାର ହ୍ରାସ । ମାର୍ଚ୍ଚ 31 ପର୍ଯ୍ୟନ୍ତ ସରକାର ସମସ୍ତ ସ୍କୁଲ କଲେଜ, ସିନେମା ହଲ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଅର୍ଥନୀତିକୁ କୋରୋନା ଗୁରୁତର ଭାବରେ ପ୍ରଭାବ ପକାଇବ। କୋରୋନାକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଥିବା ବେଳେ ଦେଶରେ ସମସ୍ତ ପେଟ୍ରୋଲିୟମ ଉପରେ ମଧ୍ୟ ପ୍ରଭାବ ପକାଇବ।
ସେପଟେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଉତ୍ପାଦ ଶୁକ୍ଳ। କେନ୍ଦ୍ର ସରକାର ଶନିବାର ମଧ୍ୟରାତିରେ ଉତ୍ପାଦ ଶୁକ୍ଳ 3 ଟଙ୍କା ବଢ଼ାଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସତ୍ତ୍ବେ ସରକାର ଉତ୍ପାଦ ଶୁକ୍ଳ ବଢ଼ାଉଛନ୍ତି । ଏହା କୌଣସି ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ଯାହା ସରକାର ତୈଳ କମ୍ପାନୀର ପ୍ରାଇସରେ ଆଡ଼ଜଷ୍ଟ କରିଛନ୍ତି । ଯଦି କରୋନା ଭୂତାଣୁ ଏଭଳି ସ୍ଥିତିରେ ରୁହେ ତେବେ କଞ୍ଚା ତେଲ ବିଦେଶରୁ ମଗେଇବା ଅସୁବିଧା ହୁଏ ତେବେ ଅଭାବ ଦେଖାଦେବ ବୋଲି କହିଛନ୍ତି ସଞ୍ଜୟ ଲାଠ।
ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରି 30 ପ୍ରତିଶତ ହ୍ରାସ ପାଇଛି। ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବାରୁ ସେମାନେ ଚାଲୁଥିବା ବସ ଓ ଅନ୍ୟାନ୍ୟ ଗାଡି ଗୁଡିକ ବନ୍ଦ ରହିବ। ଯାହା ତେଲ କିଣିବାକୁ ପଡିବ ନାହିଁ। ଦୋକାନ ବନ୍ଦ ରହିବାର ପ୍ରଭାବ ମଧ୍ୟ ତେଲ ଉପରେ ପଡିବ। ଏଇ ଦୁଇ ମାସ ଭିତରେ ତେଲର ଚାହିଦା କମିଛି। କୋରୋନା ପାଇଁ ଆନ୍ତର୍ଜାତୀକ ବଜାରରେ ବହୁ ମାତ୍ରରେ ତୈଳ ଦର ଖସିଛି। ଭାରତରେ ପ୍ରତି ଲିଟର ପିଛା ପେଟ୍ରୋଲରେ 6 ଟଙ୍କା ଓ ଡିଜେଲରେ 7 ଟଙ୍କା ଖସିଲାଣି । ଯେହେତୁ ଇରାନ, ଚାଇନା ଓ ସାଉଦି ଆରବରେ କୋରୋନା ପ୍ରଭାବ ପଡିଛି, ସେଥିପାଇଁ କଞ୍ଚା ତେଲ ଆସିବା ଉପରେ ମଧ୍ୟ ପ୍ରଭାବ ପଡିପାରେ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ