ETV Bharat / city

କୋରୋନା କଟକଣା: ରେସ୍ତୋରାଁ ଠୁ କଫି ଶପ୍‌ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ - Corona Aleart

କୋରୋନା ସଚେତନତା ପାଇଁ ରାଜଧାନୀରେ ରେସ୍ତୋରାଁ ଠୁ କଫି ଶପ୍‌ ଯାଏଁ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

କୋରୋନା କଟକଣା: ରେଷ୍ଟୁରାଣ୍ଟଠୁ କଫି ଶପ୍‌ ଯାଏଁ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ

author img

By

Published : Mar 20, 2020, 4:37 PM IST

ଭୁବନେଶ୍ବର: କୋରୋନା ଭାଇରସକୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ । ଦିନକୁ ଦିନ ବଢୁଛି କରୋନା କଟକଣା। ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଉଛନ୍ତି। ଶୁକ୍ରବାର ରାଜଧାନୀରେ ସମସ୍ତ ବାର, ରେସ୍ତୋରାଁ, କଫି ଶପ୍‌ ଆଦିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

କୋରୋନା କଟକଣା: ରେଷ୍ଟୁରାଣ୍ଟଠୁ କଫି ଶପ୍‌ ଯାଏଁ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ
କୋରୋନା କଟକଣା: ରେଷ୍ଟୁରାଣ୍ଟଠୁ କଫି ଶପ୍‌ ଯାଏଁ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ

ଯେଉଁ ହୋଟେଲ ଗୁଡିକରେ କଟକଣା ଜାରି ହୋଇଛି, ସେମାନେ ନିଜ ରେସ୍ତୋରାଁରେ ଖାଇବାକୁ ଦେବେ ବୋଲି କୁହାଯାଇଛି । ସମସ୍ତେ 1 ମିଟରରୁ ଅଧିକ ଦୂରତାରେ ରହି ଖାଇବେ। ସମସ୍ତ ସାଧାରଣ ପରିବହନ ବ୍ୟବସ୍ଥା ଯାହାକି ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ଅଧୀନରେ ଆସୁଛି ସେମାନେ ପ୍ରତି ଦୁଇ ଦିନରେ ଥରେ ଯାନ ବାହାରକୁ ବାହାର କରିବେ। ସବୁ ବଜାର, ହାଟରେ କେବଳ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଛାଡି ଆଉ କିଛି ବିକ୍ରି ହୋଇ ପାରିବ ନାହିଁ। 7 ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ହେବେ ନାହିଁ ବୋଲି ସରକାର ନିଜ ଆଦେଶରେ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2 ଜଣ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.