ETV Bharat / city

ରାଜ୍ୟ ସରକାରଙ୍କ ନିୟମ ପରେ ବି ଗଡିଲାନି ବସ - ଗଡିଲାନି ବସ

ରାଜ୍ୟ ସରକାରଙ୍କର ନିୟମ ପରେ ବି ଗଡିଲାନି ବସ। ବିଭିନ୍ନ ଦାବିରେ ଅଟଳ ରହିଛନ୍ତି ଘରୋଇ ବସ ମାଲିକ ସଂଘ। ଦାବି ପୂରଣ ନକଲେ ରାସ୍ତାରେ ବସ ଗଡ଼ିବ ନାହିଁ ବୋଲି ନିଷ୍ପତି ନେଇଛି ସଂଘ। ଅଧିକ ପଢନ୍ତୁ..

corona-affect-bus-stop-in-odisha
corona-affect-bus-stop-in-odisha
author img

By

Published : May 25, 2020, 5:25 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ନିୟମ ପରେ ବି ଗଡିଲାନି ବସ। ବିଭିନ୍ନ ଦାବିରେ ଅଟଳ ରହିଛନ୍ତି ଘରୋଇ ବସ ମାଲିକ ସଂଘ। ଦାବି ପୂରଣ ନକଲେ ରାସ୍ତାରେ ବସ ଗଡ଼ିବ ନାହିଁ ବୋଲି ନିଷ୍ପତି ନେଇଛି ସଂଘ। ଭୁବନେଶ୍ବର ଆଞ୍ଚଳିକ ବସ ମାଲିକ ସଂଘର ନିଷ୍ପତି। ବିଭିନ୍ନ ଦାବିକୁ ନେଇ ବସ ମାଲିକ ସହିତ ସରକାର ଆଲୋଚନା କରନ୍ତୁ। ସେପଟେ ବସ କର୍ମଚାରୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ବସ ମାଲିକ ସଂଘ।

ରାଜ୍ୟ ସରକାରଙ୍କର ନିୟମ ପରେ ବି ଗଡିଲାନି ବସ

ବସ ମାଲିକଙ୍କ ସୂଚନା ମୁତାବକ ସେମାନଙ୍କ ପକ୍ଷେ ବର୍ତ୍ତମାନ ବସ ଚଳାଇବା ସମ୍ଭବପର ନୁହେଁ। ବସରେ କାର୍ଯ୍ୟକରୁଥିବା କର୍ମଚାରୀ ମାନେ ନିଜ ନିଜର ଗାଁକୁ ପଳାଇଛନ୍ତି। ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ତେଣୁ ସେମାନେ ଏବେ ଅଳ୍ପ ଟଙ୍କାରେ କାମ କରି ପାରିବେ ନାହିଁ। ଅନ୍ୟପଟେ ଦୀର୍ଘ ଦିନ ଧରି ବସ ଷ୍ଟାଣ୍ଡରେ ପଡିରହିଥିବା ବେଳେ ବସ ଗୁଡିକର କାମ କରିବାକୁ ଆବଶ୍ୟକତା ପଡୁଛି। ଯାହା ମାଲିକଙ୍କ ପାଖରେ ତାହା ଏବେ ସମ୍ଭବପର ନୁହଁ।

ତେଣୁ ଘରୋଇ ବସ ମାଲିକ ସଂଘ ଏକ ଦାବି କରିଛନ୍ତି ଯେ ଏକ ବସ କର୍ମଚାରୀଙ୍କୁ ସଫ୍ଟ ଲୋନ ଦିଆଯାଉ। ଯାହା ଫଳରେ ସେମାନେ ବସକୁ ମରାମତି କରିପାରିବେ। ଅନ୍ୟପଟେ ବସରେ ଯାତ୍ରୀଙ୍କୁ ଟେଷ୍ଟ କରିବା ପାଇଁ କୌଣସି ଜିନିଷ ନାହିଁ ବା ସାନିଟାଇଜର ନାହିଁ। ତେଣୁ କେଉଁ ଯାତ୍ରୀ କୋରାନା ଆକ୍ରାନ୍ତ କି ନୁହେଁ ଅନୁଧ୍ୟାନ କରିବା କଷ୍ଟକର ବୋଲି କହିଛନ୍ତି ଭୁବନେଶ୍ବର ବସ ମାଲିକ ସଂଘର ସାଧାରଣ ସମ୍ପାଦକ ବରୋଦା ଆଚାର୍ଯ୍ୟ । ଭୁବନେଶ୍ବରର ବରମୁଣ୍ଡା ବସ ଷ୍ଟାଣ୍ଡର 4 ଟି ମାଲିକ ସଂଘକୁ ନେଇ ବସିଥିଲା ବୈଠକ। ଏହି ବୈଠକରେ ଲିଙ୍ଗରାଜ ମିନିବସ୍ ଟାଉନ ବସ ଓ ରାଜଧାନୀ ବସ ମାଲିକ ସଂଘ ସାମିଲ ରହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.