ETV Bharat / city

ନଭେମ୍ବର 14ରୁ ସମବାୟ ସପ୍ତାହ

ଚଳିତ ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ୬୭ତମ ନିଖିଳ ଭାରତ ସମବାୟ ସପ୍ତାହ । କୋଭିଡ ୧୯ ମାର୍ଗଦର୍ଶିକାର ଅନୁପାଳନପୂର୍ବକ ଭର୍ଚୁଆଲ୍‌ ଏବଂ ଡିଜିଟାଲ୍‌ ମାଧ୍ୟମରେ ଏହା ପାଳନ କରାଯିବ । ଅଧିକ ପଢନ୍ତୁ...

ନଭେମ୍ବର 14ରୁ ସମବାୟ ସପ୍ତାହ
ନଭେମ୍ବର 14ରୁ ସମବାୟ ସପ୍ତାହ
author img

By

Published : Nov 13, 2020, 2:24 AM IST

ଭୁବନେଶ୍ବର: ଚଳିତ ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ୬୭ତମ ନିଖିଳ ଭାରତ ସମବାୟ ସପ୍ତାହ । କୋଭିଡ ୧୯ ମାର୍ଗଦର୍ଶିକାର ଅନୁପାଳନପୂର୍ବକ ଭର୍ଚୁଆଲ୍‌ ଏବଂ ଡିଜିଟାଲ୍‌ ମାଧ୍ୟମରେ ଏହା ପାଳନ କରାଯିବ । ଏହି ଅବସରରେ କୋଭିଡ୍-୧୯ ଭଳି ଏକ ଅସ୍ୱାଭାବିକ ସ୍ଥିତିରେ କୃଷି ଓ କୃଷକମାନଙ୍କୁ ସମବାୟ ସଂସ୍ଥା ଯୋଗାଇ ଦେଇଥିବା ସେବାର
ସଫଳ କାହାଣୀ ଓ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟକ୍ରମର ବାର୍ତ୍ତାକୁ ଡିଜିଟାଲ୍ ମାଧ୍ୟମରେ ଲୋକମାନଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଇବାକୁ ପ୍ରୟାସ କରାଯିବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ରାଜ୍ୟରେ ସମବାୟ ସପ୍ତାହ ପାଳନ ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇ ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଥିଲା । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନଭେମ୍ବର ୧୯ ତାରିଖରେ ଏକ ୱେବିନାରର ଆୟୋଜନ କରାଯିବ । ଏହା ପୂର୍ବରୁ ୧୯ଟି ଏଆର୍‌ସିଏସ୍‌ସ୍ତରରେ ଏବଂ କଟକ, ବ୍ରହ୍ମପୁର ଓ ସମ୍ବଲପୁରଠାରେ ଆଞ୍ଚଳିକ ସ୍ତରରେ ମଧ୍ୟ ୱେବିନାର ମାଧ୍ୟମରେ ଆଲୋଚନା ଚକ୍ରର ଆୟୋଜନ କରାଯିବ ।

ଚଳିତ ବର୍ଷ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ େୱବିନାରର ବିଷୟବସ୍ତୁ ‘କୋଭିଡ୍‌ ମହାମାରୀ ଓ ସମବାୟ’ ରଖାଯାଇଛି । କୃଷି ଓ କୃଷକଙ୍କ ବିକାଶ ସହିତ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ସମବାୟର ଆଭିମୁଖ୍ୟ ସଂପର୍କରେ ଲୋକଙ୍କୁ ଜଣାଇ ଅଧିକରୁ ଅଧିକ ଲୋକଙ୍କୁ ସମବାୟ ପରିସର ମଧ୍ୟକୁ ଆଣିବା ନିମେ; ବ୍ୟାପକ ଜନ ସଚେତନତା ଉପରେ ମନ୍ତ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସମବାୟ ସଂସ୍ଥାଗୁଡ଼ିକ ନିଜ ନିଜ ଅଞ୍ଚଳରେ ଧାନ କିଣା, ଚାଷୀଙ୍କୁ ଅଧିକ ଫସଲ ଋଣ ପ୍ରଦାନ ଆଦିରେ ହାସଲ କରିଥିବା ସଫଳତାର ବାର୍ତ୍ତାକୁ ବ୍ୟାପକ ଭାବେ ପ୍ରଚାରପ୍ରସାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସମବାୟ ଭବନ ସମେତ ସମସ୍ତ ସହର ଓ ପୁରପଲ୍ଲୀରେ ଥିବା ପ୍ରତ୍ୟେକ ସମବାୟ ସଂସ୍ଥାରେ ୧୪ ତାରିଖ ପୂର୍ବାହ୍ନରେ ସମବାୟ ପତାକା ଉତ୍ତୋଳନ କରାଯିବ । ସମବାୟ ସପ୍ତାହ ପାଳନ

ଉପଲକ୍ଷେ ପ୍ରକାଶ ପାଉଥିବା ସ୍ମରଣିକା ଓ ସମବାୟ ମାର୍ଗଦର୍ଶିକାକୁ ଡିଜିଟାଲ୍‌ ମାଧ୍ୟମରେ କରାଯାଇ ଏହାର କପି ସମସ୍ତଙ୍କ ନିକଟକୁ ପ୍ରେରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.