ETV Bharat / city

ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆସନ୍ତା ୧୧ରେ ଗଣ ଆନ୍ଦୋଳନ - ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆନ୍ଦୋଳନ

ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଗଣ ଆନ୍ଦୋଳନ କରିବେ ସମସ୍ତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ ହେବ । ଅଧିକ ପଢନ୍ତୁ

ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ଦାବିରେ ସେପ୍ଟେମ୍ବର ୧୧ରେ ଗଣ ଆନ୍ଦୋଳନ

author img

By

Published : Sep 8, 2022, 12:59 PM IST

Updated : Sep 8, 2022, 1:15 PM IST

ଭୁବନେଶ୍ବର: ଚୁକ୍ତିଭିତ୍ତିକ ନିଯୁକ୍ତି ଦାବିରେ ଗଣ ଆନ୍ଦୋଳନ । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଗଣ ଆନ୍ଦୋଳନ କରିବେ ସମସ୍ତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ ହେବ । ଏନେଇ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣାନୀତିକୁ ବିରୋଧ କରିଛନ୍ତି ।

ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ଦାବିରେ ସେପ୍ଟେମ୍ବର ୧୧ରେ ଗଣ ଆନ୍ଦୋଳନ
ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ଦାବିରେ ସେପ୍ଟେମ୍ବର ୧୧ରେ ଗଣ ଆନ୍ଦୋଳନ

ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ୍ଣ ବିଲୋପ, ଚୁକ୍ତିଭିତ୍ତିକ ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଏବଂ ପ୍ରାଥମିକ ଶିକ୍ଷକମାନଙ୍କ ୬ ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍, ଇନକ୍ରିମେଣ୍ଟ ଇତ୍ୟାଦିରେ ଗଣନା ଭଳି ମୁଖ୍ୟ ଦାବି ଧରି ଆନ୍ଦୋଳନ କରୁଛି ମହାସଂଘ । ଯଦି ରାଜ୍ୟ ସରକାର ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ପୂରଣ ନକରନ୍ତି, ତେବେ ସାରା ରାଜ୍ୟର ସମସ୍ତ ବିଭାଗର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ, ମାଧ୍ୟମିକ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକମାନେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ମହାତ୍ମା ଗାନ୍ଧୀ ମାର୍ଗରେ ଏକ ବିଶାଳ ଗଣ ବିକ୍ଷୋଭ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ ବୋଲି ନେତୃମଣ୍ଡଳୀ ସୂଚନା ଦେଇଛନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ୩୦ ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ନେତୃମଣ୍ଡଳୀ ଯୋଗଦେଇ ସରକାରୀ ଉଦାସୀନତା, ପକ୍ଷପାତିତା ଓ ଶୋଷଣ ବ୍ୟବସ୍ଥାର ଉଚ୍ଛେଦ ପାଇଁ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ମହାସଂଘ ପକ୍ଷରୁ କୁହାଯାଇଛି ଯେ, ‘‘ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ସମୟରେ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ କରି ରାଜକୋଷକୁ ସମୃଦ୍ଧ କରିଥିଲେ । ସେତେବେଳେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବବର୍ଗ ବିଭିନ୍ନ କଷ୍ଟସାଧ୍ୟ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରି ଖଣ୍ଡେ ପାଇବାର ଆଶା ରଖି ଏହି ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟ ବାଧକତାରେ ଗ୍ରହଣ କରିଥିଲେ । ଆଶା କରିଥିଲେ, ନିକଟରେ ଯଦି ରାଜ୍ୟର ଆର୍ଥିକ ପ୍ରଗତି ହେବ, ସରକାର ତାଙ୍କ କର୍ମଚାରୀଙ୍କ ପ୍ରତି ନିଶ୍ଚୟ ସଦୟ ହୋଇ ଏହା ପ୍ରତ୍ୟାହାର କରିନେବେ । ରାଜ୍ୟର ସ୍ଥାୟୀ କର୍ମଚାରୀଙ୍କ ଭଳି ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବେ । କିନ୍ତୁ ତାହା ହେଲା ନାହିଁ । ଅଧିକନ୍ତୁ ସପ୍ତମ ବେତନ କମିଶନ ଲାଗୁ ହେଲା ପରେ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ହନ୍ତସନ୍ତ କର୍ମଚାରୀମାନଙ୍କ ସମସ୍ୟା ଆହୁରି ଦୟନୀୟ ହୋଇ ପଡ଼ିଲା ।’’

ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ କ୍ରମରେ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ Pay ଓ Grade Pay ବ୍ୟବସ୍ଥା ଉଠାଇ ଧାର୍ଯ୍ୟ ଦରରେ ଦରମା ପ୍ରଦାନ କରିଥିବାବେଳେ, ଚୁକ୍ତିଭିତ୍ତିକ ଏବଂ ଶିକ୍ଷକ କର୍ମଚାରୀଙ୍କ ପାଇଁ Pay ଓ Grade Pay ବ୍ୟବସ୍ଥା ଜାରି ରଖିଛନ୍ତି । ଏହାର ପ୍ରତିବାଦ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର କର୍ମଚାରୀ ଗତ ୨୦୧୮ ମସିହା ଅଗଷ୍ଟ ମାସରେ ଦୀର୍ଘ ତିନି ଦିନ ବ୍ୟାପୀ ବିଶାଳ ଗଣ ଆନ୍ଦୋଳନ କରିଥିଲେ । ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ୧୫ ଜଣିଆ ଆନ୍ଦୋଳନରତ ପ୍ରତିନିଧି ମଣ୍ଡଳୀ ସହ ବିସ୍ତୃତ ଆଲୋଚନା କରିଥିଲେ । ଏକ ଲିଖିତ ପ୍ରତିଶୃତି ଦେଇଥିଲେ ଯେ ରାଜ୍ୟ ସରକାର ଏକ ମାସ ମଧ୍ୟରେ ଏ ବିଷୟରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ । କିନ୍ତୁ ତାହା ବି ନିଷ୍ଫଳ ଗଲା ।

ରାଜ୍ୟ ସରକାର ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କରି ସଂଘର ଦାବିଗୁଡିକ ଯୁକ୍ତିଯୁକ୍ତ ବୋଲି ହୃଦୟଙ୍ଗମ କରିବା ସହ ପାଉଥିବା ଦରମାର ୫୦ ପ୍ରତିଶତ ବୃଦ୍ଧି କରିଵା ଓ ୨ ମାସ ମଧ୍ୟରେ ଅବଶିଷ୍ଟ ମୁଖ୍ୟ ଦାବି ଗୁଡିକ ବିଚାର କରିବାର ପ୍ରତିଶୃତି ଦେଲେ, କିନ୍ତୁ ତାହା ଅଦ୍ୟାବିଧି କାର୍ଯ୍ୟକାରୀ କରାଗଲା ନାହିଁ । ସେହିପରି ଚୁକ୍ତିଭିତ୍ତିକ ବ୍ୟବସ୍ଥାରୁ ସଚିବାଳୟ ଓ ବିଧାନସଭାର ଏଏସଓଙ୍କୁ ପୁରା ବାଦ ଦେଇଥିବାବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କିଛି କର୍ମଚାରୀଙ୍କୁ ଏଥିରୁ ସଂପୂର୍ଣ୍ଣ ବାଦ୍ ଦେଇ ଆଉ କିଛି କର୍ମଚାରୀଙ୍କ ପାଇଁ ୩ ବର୍ଷ ଚୁକ୍ତିଭିତ୍ତିକ ଅବଧି ଲଦି ଦିଆଯାଇଛି । ବିଭାଗୀୟ ମୁଖ୍ୟ ଦପ୍ତରର ଅମଲାଙ୍କଠାରୁ ଆରମ୍ଭ କରି ଜିଲ୍ଲାର କର୍ମଚାରୀ ସୁରକ୍ଷା ଦାୟିତ୍ଵରେ ଥିବା ସବ ଇନିସିପେକ୍ଟର, କନଷ୍ଟେବଳ, ଆଗ୍ନିକ, ଡାକ୍ତର ଓ ନର୍ସ, ପ୍ରାର୍ଥମିକ ଶିକ୍ଷକଙ୍କ ଠାରୁ ମାଧ୍ୟମିକ ଶିକ୍ଷକଙ୍କ ପର୍ଯ୍ୟନ୍ତ 6 ବର୍ଷିଆ ଚୁକ୍ତି ଭିତ୍ତିକ ବ୍ୟବସ୍ଥାରେ ନିଯୁକ୍ତି ଦେଇ ଅନାବଶ୍ୟକ ତାରତମ୍ୟ ସୃଷ୍ଟି କରାଯାଇଛି ।

ଏହି ସମ୍ବାଦିକ ସମ୍ମିଳନୀରେ ମହାସଂଘର ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା, ସଂଗଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ବିନୀ ଦାସ, ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ଆଇଚ, ସୁଭ୍ରଜିତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 8, 2022, 1:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.