ETV Bharat / city

Contract Killer Case: ସୁପାରୀ କିଲର ସହଯୋଗୀ ଗିରଫ, ରିମାଣ୍ଡରେ ନେଲେ ପଦାକୁ ଆସିବ ସତ - ସୁପାରୀ କିଲର ସମ୍ପଦ ସାହୁ

ଧରାପଡିଲା କଣ୍ଟ୍ରାକ୍ଟ କିଲର ସମ୍ପଦର ସହଯୋଗୀ । କଟକ ଟାଙ୍ଗୀରୁ ସହଯୋଗୀ ପ୍ରଶାନ୍ତ ଦାସକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଅଧିକ ପଢନ୍ତୁ

କଣ୍ଟ୍ରାକ୍ଟ କିଲର ସହଯୋଗୀ ଗିରଫ, ରିମାଣ୍ଡରେ ନେଲେ ଜଣାପଡିବ ହତ୍ୟାର ପ୍ଲାନ

author img

By

Published : Dec 5, 2021, 3:13 PM IST

Updated : Dec 5, 2021, 4:33 PM IST

ଭୁବନେଶ୍ବର: ଧରାପଡିଲା କଣ୍ଟ୍ରାକ୍ଟ କିଲର ସମ୍ପଦର ସହଯୋଗୀ । କଟକ ଟାଙ୍ଗୀରୁ ସହଯୋଗୀ ପ୍ରଶାନ୍ତ ଦାସକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଯେ କି ନୟାପଲୀରେ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ସୁପାରୀ ନେଇଥିଲେ । ରିମାଣ୍ଡରେ ଆସିବା ପରେ ପ୍ରଶାନ୍ତ ସଂପର୍କରେ ନୟାପଲ୍ଲୀ ପୋଲିସକୁ ସୂଚନା ଦେଇଥିଲା ସମ୍ପଦ । ତେବେ ଗିରଫ ପରେ ରିମାଣ୍ଡରେ ନେବାକୁ ପୋଲିସ ଯୋଜନା‌ କରିଛି ।

କଣ୍ଟ୍ରାକ୍ଟ କିଲର ସହଯୋଗୀ ଗିରଫ, ରିମାଣ୍ଡରେ ନେଲେ ଜଣାପଡିବ ହତ୍ୟାର ପ୍ଲାନ

ପ୍ରକାଶ ଥାଉକି, ଗତ ୨୮ ତାରିଖ ଦିନ ରାଜଧାନୀରୁ ଧରାପଡିଥିଲା କୁଖ୍ୟାତ ସୁପାରି କିଲର ସମ୍ପଦ ସାହୁ। ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ତାକୁ ଧରିଥିଲା । ଠିକ ସମୟରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ସହଯୋଗୀ ପ୍ରଶାନ୍ତ କୁମାର ଦାସ ।

କାହା ଜରିଆରେ ସୁପାରୀ ନେଇ ଏଭଳି ଏକ ହତ୍ୟାର ଷଡଯନ୍ତ୍ର ରଚିଥିଲେ ଦୁଇ ଅପରାଧୀ । ଏନେଇ ଗିରଫ ଅଭିଯୁକ୍ତ ପ୍ରଶାନ୍ତକୁ ରିମାଣ୍ଡରେ ନେଲେ ହତ୍ୟାର କାହାଣୀ ଜଣାପଡିବ, ହତ୍ୟା ପଛରେ କିଏ ଥିଲା ଟାର୍ଗେଟ ଓ କିଏ ଦେଇଥିଲା ସୁପାରୀ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 5, 2021, 4:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.