ETV Bharat / city

ଫୋକସରେ କଣ୍ଟାକ୍ଟଲେସ୍ ଇନଭେଷ୍ଟିଗେସନ, ସଂକ୍ରମଣ ରୋକିବାକୁ ଘରୁ ନିଆଯାଉଛି FIR - କୋଭିଡରେ ଅପରାଧ

କୋଭିଡ ବଢାଇଛି ପୋଲିସର ଚିନ୍ତା । ଗୋଟିଏ ପଟେ ଭୂତାଣୁର ଆତଙ୍କ, ଅନ୍ୟପଟେ ଅପରାଧୀଙ୍କ ଉତ୍ପାତ । ସଂକ୍ରମଣ ଆଳରେ ଖସି ଯାଉଛନ୍ତି ଅପରାଧୀ । ଆଉ ଏଭଳି ଚ୍ୟାଲେଞ୍ଜିଂ ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ କମିଶନରେଟ ପୋଲିସ ଆପଣାଇଛି ସ୍ମାର୍ଟ ତରିକା । ଅଧିକ ପଢନ୍ତୁ...

ଫୋକସରେ କଣ୍ଟାକ୍ଟଲେସ୍ ଇନଭେଷ୍ଟିଗେସନ, ସଂକ୍ରମଣ ରୋକିବାକୁ ଘରୁ ନିଆଯାଉଛି FIR

author img

By

Published : May 14, 2021, 9:01 PM IST

ଭୁବନେଶ୍ବର: କୋରୋନା ଭୟରେ ଥାନାକୁ ନିଷେଧ । ସଂକ୍ରମଣ ଦୃଷ୍ଟିରୁ ଘରୁ ନିଆଯାଉଛି FIR । ଅଭିଯୁକ୍ତଙ୍କୁ ଗିରଫ କରିବା ଉପରେ ଲାଗିଛି ରୋକ । ଅର୍ଥାତ ବଡ଼ ଧର୍ତବ୍ୟ ଅପରାଧ ନଥିଲେ ଅଭିଯୁକ୍ତକୁ ଛୁଁ ନାହାନ୍ତି ପୋଲିସ କର୍ମଚାରୀ । ଛୋଟ ଛୋଟ ମାମଲା ଥିଲେ ଥାନାରୁ ନୋଟିସ କରି ଛାଡିଦେଉଛନ୍ତି। ବଡ଼ ବଡ଼ ମାମଲା ଥିଲେ ଗିରଫ କରି ପୋଲିସ କଷ୍ଟଡିକୁ ଆଣୁଛନ୍ତି । ପ୍ରଥମେ କୋଭିଡ଼ ଟେଷ୍ଟ ପରେ ଥାନାରେ କରାଉଛନ୍ତି ଏଣ୍ଟ୍ରି । ରିପୋର୍ଟ ନେଗେଟିଭ ଥିଲେ ଥାନା ହାଜତ । ପଜେଟିଭ ଥିଲେ କୋଭିଡ଼ ସେଣ୍ଟରକୁ ପଠାଯାଉଛି।

ଫୋକସରେ କଣ୍ଟାକ୍ଟଲେସ୍ ଇନଭେଷ୍ଟିଗେସନ, ସଂକ୍ରମଣ ରୋକିବାକୁ ଘରୁ ନିଆଯାଉଛି FIR

କୋରୋନା ଦିତିୟ ଲହରକୁ ଦୃଷ୍ଟିରେ ରଖି ଏଭଳି ସତର୍କତା ପଦକ୍ଷେପ ନେଇଛି କମିସନରେଟ ପୋଲିସ । ଜରୁରି ନଥିଲେ ଅଯଥା ମାମଲାରେ ହାତ ମାରୁନାହାନ୍ତି ପୋଲିସ କର୍ମଚାରୀ । କାରଣ ଏଭଳି ସ୍ଥିତିରେ କମ ମାନବ ସମ୍ବଳରେ ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ବଡ଼ ଗୁରୁତ୍ବପୂର୍ଣ୍ଣ । ପୁର୍ବାପେକ୍ଷା କୋଭିଡ଼ ଭୟରେ ଥାନା ସ୍ତରରେ ଆତଯାତ ମଧ୍ୟ ବେଶ କମିଛି । କାଁ ଭାଁ ରିପୋର୍ଟ ଆସୁଛି । ଏଣୁ କଣ୍ଟାକ୍ଟଲେସ ଇନଭେଷ୍ଟିଗେସନ ଉପରେ ଅଧିକ ଫୋକସ ଦିଆଯାଉଛି । ଷ୍ଟ୍ରିଟ କ୍ରାଇମ ଓ ଅମାନିଆଙ୍କୁ ସାବାଡ଼ ଗୁରୁତ୍ବପୁର୍ଣ୍ଣ ହୋଇଛି।

କୋରୋନା ପ୍ରଥମ ଲହରି ସମୟରେ ଅନେକ ଥାନାର ଷ୍ଟାଫ ହୋଇଥିଲେ କୋଭିଡ଼ ଆକ୍ରାନ୍ତ । ଏପରିକି ଖାରବେଳ ନଗର ଥାନାର ୩୫ଜଣ ଷ୍ଟାଫରୁ ୨୮ ଜଣ ହୋଇଥିଲେ ସଂକ୍ରମିତ । ଯାହାକି ସେହି ସମୟରେ ଥାନା ଚଲାଇବା ବି ହୋଇଥିଲା ମୁସ୍କିଲ । ଏପରିକି ଖଣ୍ଡଗିରି ଥାନାର ଏଏସାଆଇଇ ଶିଶିର କୁମାର ସେଠୀ ଓ ଲିଙ୍ଗରାଜ ଥାନାର ଏଏସଆଇ ବ୍ରଜ କିଶୋର ଦଳେଇ ଭଳି କମିସନରେଟ ପୋଲିସର ୭ଜଣ ଷ୍ଟାଫ ବି କୋଭିଡ଼ରେ ହୋଇଛନ୍ତି ଶହୀଦ ।

ପାଖାପାଖି ୧୫୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି। ହେଲେ ଏଥର ଟିକାକରଣ ଯୋଗୁଁ ଭୟ କମ ରହୁଛି ସତ, କିନ୍ତୁ ଡ଼ର ଟଳିନି । ବରଂ ଚ୍ୟାଲେଞ୍ଜ ଅଧିକ ବଢିଯାଇଛି। ତେବେ ଦୁର୍ଘଟଣାସ୍ଥଳ ହେଉ ବା ମର୍ଡ଼ର ପ୍ଲଟ। ମୃତଦେହ ଉଦ୍ଧାରଠୁ ଆରମ୍ଭ କରି ଭିଡ଼ ଭିତରେ ଟ୍ରାଫିକ କଣ୍ଟ୍ରୋଲ । ସବୁଠି ଥାଏ ପୋଲିସ କର୍ମଚାରୀଙ୍କ ପାଇ ସଂକ୍ରମଣ ଭୟ । ହେଲେ ତଥାପି ଭୟକୁ ଖାତିର ନକରି କୋରୋନା ସହ ସବୁ ପରିସ୍ଥିତିରେ ସାମ୍ନାରେ ଲଢୁଛନ୍ତି ଆମ ସୁପରହିରୋ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.