ETV Bharat / city

ଗ୍ରାହକଙ୍କୁ ମିଳିବ କ୍ଵାଲିଟି ବିଦ୍ୟୁତ୍‌ ସେବା, ପ୍ରଶ୍ନ ଉଠାଇଲା ଉପଭୋକ୍ତା ମହାସଂଘ

author img

By

Published : Aug 10, 2020, 12:52 PM IST

ବିଦ୍ୟୁତ୍‌ ଗ୍ରାହକଙ୍କ ଲାଗି ଖୁସି ଖବର । ଏଣିକି ମିଳିବ କ୍ବାଲିଟି ବିଦ୍ୟୁତ୍‌ ସେବା । ପ୍ରସ୍ତୁତ ସରିଛି ବ୍ଲୁ ପ୍ରିଣ୍ଟ୍‌ । ସେସୁର 51 ପ୍ରତିଶତ ଅଂଶଧନ କିଣିଥିବା ଟାଟା ପାୱାର ଏନେଇ ଅଣ୍ଟା ଭିଡିଛି । ଅଧିକ ପଢନ୍ତୁ...

ଗ୍ରାହକଙ୍କୁ ମିଳିବ କ୍ଵାଲିଟ୍ ବିଦ୍ୟୁତ୍‌ ସେବା, ପ୍ରଶ୍ନ ଉଠାଇଲା ଉପଭୋକ୍ତା ମହାସଂଘ

ଭୁବନେଶ୍ବର: ବିଦ୍ୟୁତ ଗ୍ରାହକଙ୍କୁ କ୍ବାଲିଟ୍‌ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ । ଏହାସହ ଏଟିସି ଲସକୁ 15 ପ୍ରତିଶତ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ସେସୁର 51 ପ୍ରତିଶତ ଅଂଶଧନ କିଣିଥିବା ଟାଟା ପାୱାର ଏନେଇ ଅଣ୍ଟା ଭିଡିଛି ।

2020-21ବର୍ଷରେ ଟାଟା ପାୱାରର ଟିପିସିଓଡିଏଲ କ୍ବାଲିଟ୍‌ ପାୱାର ପାଇଁ 344କୋଟି ଟଙ୍କା ଖର୍ଚ୍ଚ କରିବ । ଯେଉଁଥିରେ ମୁଖ୍ୟତଃ ବିଦ୍ୟୁତ ବିଭାଗର ଭିତ୍ତିଭୂମି ଓ ଏଟିସି ଲସ କମାଇବାକୁ ନେଇ ଏହି ଅର୍ଥ ଖର୍ଚ୍ଚ କରିବାକୁ ଲକ୍ଷ ରଖିଛି କମ୍ପାନୀ । ଏନେଇ କମ୍ପାନୀ ପକ୍ଷରୁ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପାଖରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି ।

ଟିପିସିଓଡିଏଲ ପକ୍ଷରୁ କ୍ୟାପେସରେ ଖର୍ଚ୍ଚ କରିବାକୁ କରାଯାଇଥିବା ଆବେଦନରେ ଟାଟା ପାୱାର ସମେତ 8ଜଣ ଆବେଦନକାରୀ ଭିଡିଓ କନଫରେନସିଂ ଜରିଆରେ ଏନେଇ ଆଲୋଚନା କରିଛନ୍ତି । 344କୋଟି ଖର୍ଚ୍ଚ କରାଗଲେ ଗ୍ରାହକଙ୍କୁ କ୍ବାଲିଟ୍‌ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଶୁଣାଣିରେ ଯୁକ୍ତି ବଢାଯାଇଛି । ବିଶେଷକରି ଏହି ଅର୍ଥରେ ଭିତ୍ତିଭୂମି ଓ ରକ୍ଷାଣବେକ୍ଷକ କରାଯିବ । ଖୁଣ୍ଟ, ତାର ବଦଳାଯିବ ବୋଲି ଜଣାପଡିଛି । ଯାହାଫଳରେ ଏଟିସି ଲସ କମାଯାଇପାରିବ ବୋଲି କମ୍ପାନୀ ଯୁକ୍ତି ବାଢିଛି ।

ସେପଟେ ବିଦ୍ୟୁତ ବିଭାଗରେ ଅନେକ ସଂସ୍କାର ଆଣିବା ସହ ଲୋକଙ୍କୁ କ୍ବାଲିଟି ବିଦ୍ୟୁତ ସେବା ଯୋଗାଇ ଦେବାକୁ ଶକ୍ତିବିଭାଗ ମଧ୍ୟ ଅଣ୍ଟା ଭିଡିଛି । କେବଳ ସେତିକି ନୁହେଁ, ରାଜ୍ୟରେ ଏଟିସି ଲସ 30 ପ୍ରତିଶତ ଥିବାବେଳେ ଏହାକୁ କମାଇ 15 ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ ରଖାଯାଇଛି ବୋଲି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ଅନ୍ୟପଟେ ବିଦ୍ୟୁତ ବିଭାଗର ସଂସ୍କାର ଓ ଏଟିସି ଲସ ନେଇ କରାଯାଉଥିବା ଯୋଜନା ଉପରେ ପ୍ରଶ୍ନବାଚୀ ଉଠାଇଛି ବିଦ୍ୟୁତ ଉପଭୋକ୍ତା ସଂଘ । । ପୂର୍ବରୁ ଅନେକ ଟଙ୍କା କ୍ଵାଲିଟ୍ ବିଦ୍ୟୁତ୍‌ ସେବା ନାମରେ ଖର୍ଚ୍ଚ ହୋଇଛି । ହେଲେ ଗ୍ରାହକ ସଠିକ ଭାବରେ ବିଜୁଳି ପାଇପାରୁନାହାନ୍ତି । ବାରମ୍ବାର ବିଜୁଳି କାଟ ଚାଲିଛି । ଏପରି ଅନେକ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛି ସଂଘ ।

ତେବେ ଏସବୁ ଭିତରେ ରାଜ୍ୟରେ ଉତ୍ତର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଟାଟା ପାୱାର 8ବର୍ଷ ଭିତରେ 26ଶହ କୋଟି ଖର୍ଚ୍ଚ କରିବାର ଯୋଜନା ରଖିଛି । ହେଲେ ଯେତେବେଳେ କ୍ବାଲିଟ୍‌ ବିଦ୍ୟୁତ୍‌ ସେବା ଦେବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି ସେତେବେଳେ ଘୋରାଇ କମ୍ପାନୀ କିଭଳି ଏହା କରିଦେବ ବୋଲି ପ୍ରଶ୍ନ ଉଠୁଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.