ଭୁବନେଶ୍ବର: ମୁଁ ନୁହେଁ ଆମେ । ଆଗକୁ ଏଭଳି ଆଚରଣ ଦେଖାଇ କଂଗ୍ରେସ ଦଳକୁ ଆଗେଇ ନେବା, ରାଜ୍ୟରେ ନାରୀ ନିର୍ଯ୍ୟାତନା, ନାରୀ ପ୍ରତି ଅସମ୍ମାନକୁ ରୋକିବା, ତୃଣମୂଳ ସ୍ତରରୁ ନାରୀରବିକାଶ କିଭଳି ହେବ ଏକ ହୋଇ କାର୍ଯ୍ୟ କରିବା ବୋଲି ସୋମବାର ଭୁବନେଶ୍ୱର କଂଗ୍ରେସ ଭବନରେ ମହିଳା ସଭାନେତ୍ରୀଙ୍କୁ ସମ୍ବର୍ଦ୍ଧନା ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି ମହିଳା ସଭାନେତ୍ରୀ ବନ୍ଦିତା ପରିଡା ।
ଯାଜପୁର ଜିଲ୍ଲା କୋରେଇରେ ଦୀର୍ଘଦିନର ରାଜନୈତିକ ଅଭିଜ୍ଞତାକୁ ପୁଞ୍ଜି କରି ରାଜ୍ୟରେ ମହିଳା କଂଗ୍ରେସର ବିକାଶ କରିବା ଉପରେ ଗୁରୁତ୍ୱ ଦେବି ବୋଲି କହିଛନ୍ତି ବନ୍ଦିତା ପରିଡା । ରାଜ୍ୟରେ ନାରୀ ପ୍ରତି ଯେଭଳି ଆଚରଣ ଦେଖାଯାଉଛି, ଶିଶୁ ନିଖୋଜ ଘଟଣା ବୃଦ୍ଧି । ପାଇଛି ତାକୁ ସାମ୍ନା କରାଯିବ। ନାରୀର ବିକାଶ ପାଇଁ କାମ କରିବ ମହିଳା କଂଗ୍ରେସ ।
ରାଜ୍ୟରେ ଅନେକ ସମସ୍ୟା ରହିଛି । ମହିଳାଙ୍କ ସମସ୍ୟା ନେଇ ମହିଳା କଂଗ୍ରେସ ଆଗାମୀ ଦିନରେ ନିଜର ଦକ୍ଷତା ପ୍ରତିପାଦିତ କରିବ । ରାଜ୍ୟରେ ଏକ ବିଶାଳ ମହିଳା ସମାବେଶ କରିବ । ମହିଳା ହେଉଛନ୍ତି ଦେଶର ମେରୁଦଣ୍ଡ, ତେଣୁ ତାର ବିକାଶ ପାଇଁ ମହିଳା କଂଗ୍ରେସ ଲାଗିପଡିବ । କୌଣସି ଭେଦଭାବ ନରଖି ସମସ୍ତ ମହିଳା କର୍ମୀ, ନେତ୍ରୀମାନେ ନିଜ ନିଜର ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ