ETV Bharat / city

କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେବ: ସୁର - କଂଗ୍ରେସ ବିଧାୟକ ସୁର ରାଉତରାୟ

୨୯ ତାରିଖକୁ ନେଇ ରେସରେ ତିନି ପ୍ରମୁଖ ରାଜନୈତିକ ଦଳ । ବିଜେପିର ଜେପି ନଡ୍ଡାଙ୍କ ଗସ୍ତ ଓ ବିଜେଡିର ବୈଠକକୁ ଦୃଷ୍ଟିରେ ରଖି କଂଗ୍ରେସ ମଧ୍ୟ କରିଛି ବଡ଼ ବୈଠକର ପ୍ରସ୍ତୁତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

୨୯ ତାରିଖକୁ ନେଇ ରେସରେ ବିଜେପି ଓ ବିଜେଡି, କଂଗ୍ରେସର ସ୍ବତନ୍ତ୍ର ପ୍ରସ୍ତୁତି

author img

By

Published : Sep 27, 2022, 9:34 PM IST

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେପଟେ ବିଜେପିକୁ ଶକ୍ତି ଦେଖାଇବାକୁ ଅଣ୍ଟା ଭିଡ଼ିଛି ବିଜେପି । ୨୯ ତାରିଖରେ ଦଳ ଏହାର ଛାମୁଆ ସଂଗଠକଙ୍କୁ ନେଇ କରିବ ବଡ଼ ବୈଠକ । ସେପଟେ ଏହି ୨୯ ତାରିଖ ରେସରେ ପଛରେ ପଡ଼ିନି କଂଗ୍ରେସ । ସେହିଦିନ ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ ଓଡ଼ିଶାରେ ଭାରତ ଯୋଡ଼ୋ ପଦଯାତ୍ରା ନେଇ ପ୍ରସ୍ତୁତ ହେବ କଂଗ୍ରେସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

୨୯ ତାରିଖକୁ ନେଇ ରେସରେ ବିଜେପି ଓ ବିଜେଡି, କଂଗ୍ରେସର ସ୍ବତନ୍ତ୍ର ପ୍ରସ୍ତୁତି

ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ବିଭିନ୍ନ ଦଳୀୟ ପଦାଧିକାରୀଙ୍କ ସହ ଏକାଧିକ ବୈଠକ କରିବେ । ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ସାଙ୍ଗଠନିକ ବୈଠକ ବି ହେବ । ସେହିଭଳି ୨୯ ତାରିଖରେ ବିଜେପିକୁ ଶକ୍ତି ଦେଖାଇବାକୁ ପ୍ରସ୍ତୁତ ହୋଇଛି ବିଜେଡି । ଦଳର ଛାମୁଆ ସଂଗଠନ ମୁଖ୍ୟମାନଙ୍କର ଏକ ବୈଠକ ନେଇ ପ୍ରସ୍ତୁତ ହୋଇଛି । ଏଥିରେ ଦଳର ଆଗାମୀ କାର୍ଯ୍ୟପନ୍ଥା ଓ ପଦଯାତ୍ରା ନେଇ ଖସଡ଼ା ପ୍ରସ୍ତୁତ ହେବ । ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ପଦଯାତ୍ରା ସହ ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତାଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ।

ତେବେ ଏହି ରେସରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଦଳକୁ ଆଗକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ଅକ୍ଟୋବର ୩୧ରୁ ଓଡ଼ିଶାରେ କଂଗ୍ରେସ ଭାରତ ଯୋଡ଼ୋ ପଦଯାତ୍ରା କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ୨୯ରେ ଏହାର ପ୍ରସ୍ତୁତି ବୈଠକ ଡକାଇଛନ୍ତି ପିସିସି ସଭାପତି । ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ କଂଗ୍ରେସର ବିଭିନ୍ନ ସ୍ତରର ନେତା ଯୋଗଦେଇ ପ୍ରସ୍ତୁତି ବୈଠକ କରିବେ । ପଦଯାତ୍ରାକୁ ଅଧିକ କ୍ରିୟାଶୀଳ କରିବା ନେଇ ଆଲୋଚନା କରିବେ ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଉଭୟ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଲୋକଙ୍କ ବିଶ୍ବାସ ହରାଇ ସାରିଛନ୍ତି । ତେଣୁ ଆଗାମୀ ୨୦୨୪ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.