ଭୁବନେଶ୍ବର: ଅଗ୍ନିପଥ ଯୋଜନାକୁ ବିରୋଧ କରି ସତ୍ୟାଗ୍ରହ କରିବ ପ୍ରଦେଶ କଂଗ୍ରେସ । ଆସନ୍ତାକାଲି(ସୋମବାର) ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ଏହି ସତ୍ୟାଗ୍ରହ ହେବ । କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ ।
ଦିନ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ କରିବ କଂଗ୍ରେସ । ଶାନ୍ତିପୂର୍ଣ୍ଣ ଭାବରେ ସତ୍ୟାଗ୍ରହ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସେନାରେ ଯୁବବର୍ଗଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଏଥିରେ ଦାବି ହୋଇଛି ।