ETV Bharat / city

ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି, କେବେ ଆସିବ ଆଚ୍ଛେ ଦିନ: କଂଗ୍ରେସ

author img

By

Published : Oct 7, 2021, 4:40 PM IST

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରକୁ ସମାଲୋଚନା କଲା କଂଗ୍ରେସ । ଆଚ୍ଛେ ଦିନ କେବେ ଆସିବ ବୋଲି କଟାକ୍ଷ କଲେ ଦଳୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ ...

ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି, କେବେ ଆସିବ ଆଚ୍ଛେ ଦିନ: କଂଗ୍ରେସ
ମହଙ୍ଗା ମାଡରେ ହନ୍ତସନ୍ତ ଖାଉଟି, କେବେ ଆସିବ ଆଚ୍ଛେ ଦିନ: କଂଗ୍ରେସ

ଭୁବନେଶ୍ବର: ମହଙ୍ଗା ମାଡରେ ଘାଇଲା ହେଲେଣି ଖାଉଟି । ପେଟ୍ରୋଲ,ଡିଜେଲ,ଖାଦ୍ୟ ସାମଗ୍ରୀ ଭଳି ଅତ୍ୟାବଶକୀୟ ସାମଗ୍ରୀର ଦର ଦିନକୁ ଦିନ ଅହେତୁକ ବୃଦ୍ଧି ପାଉଥିବା ଯୋଗୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେନ୍ଦ୍ରର ମାନମାନି ନୀତି ଯୋଗୁ ଏପରି ଉତ୍କଟ ପରସ୍ଥିତି ସୃଷ୍ଟି ହେବା ସହ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତେବେ ଏପରି ସମୟରେ ଆଚ୍ଛେ ଦିନ କେବେ ଆସିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଦରଦାମ ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ରରେ ବିଜେପି ନେତୃାତ୍ବଧୀନ ସରକାରକୁ ଏପରି ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

ସାଲୁଜା କହିଛନ୍ତି, ଗୋଟିଏ ପଟେ କେନ୍ଦ୍ରର ଦାଦାଗିରି ଆଉ ଗୋଟିଏ ପଟେ ରାଜ୍ୟ ସରକାର ନିଜ ଜିଦରେ ଅଟଳ ରହିବା ଫଳରେ ତୈଳଦର କମିବାର ନାଁ ନେଉନି। ଆଗକୁ ପାର୍ବଣ ଋତୁ ଆସୁଥିବାବେଳେ ଦୈନିକ ତୈଳଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଯଦି ମୂଲ୍ୟ ହ୍ରାସ ନପାଏ, ଆଗକୁ ଆନ୍ଦୋଳନ ପାଇଁ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ମଧ୍ୟ କହିଛନ୍ତି ସାଲୁଜା ।

କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି କମ କରନ୍ତୁ । ରାଜ୍ୟ ସରକାର ସେସ ଟିକସ କମାଇଲେ ସାଧାରଣ ଲୋକଙ୍କ ଉପରେ ବୋଝ କମି ପାରିବ ବୋଲି କହିଛନ୍ତି ସାଲୁଜା। ଆନ୍ତର୍ଜାତୀୟ ମାର୍କେଟରେ ଯେତେବେଳେ କ୍ରୁଡ଼ ଅଏଲ ଦର ୧୬୫ ଡଲାର ଥିଲା, ସେତେବେଳେ ଦେଶରେ ତୈଳ ଲିଟର 60 ଟଙ୍କା ଟପି ନଥିଲା । ଏବେ ଯେତେବେଳେ ଅଶୋଧିତ ତୈଳ ଦର ୧୦୦ ରହିଥିବାବେଳେ ଦେଶରେ ତୈଳଦର ୧୦୦ ଟପିଲାଣି । ଆଗକୁ ଦରଦାମ ବୃ୍ଦ୍ଧିର ଏପରି ଉତ୍କଟ ସ୍ଥିତି ଲାଗି ରହିଲେ ଦଳ ଏହାର ତୀବ୍ର ପ୍ରତିବାଦ କରିବା ବୋଲି ଚେତାବନୀ ମଧ୍ୟ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.