ETV Bharat / city

ଦେବାଶିଷ ପାଣିଗ୍ରାହୀଙ୍କ ପ୍ରତି ଅସମ୍ମାନ ଉଚିତ ନୁହେଁ: କଂଗ୍ରେସ

author img

By

Published : Jun 21, 2021, 6:18 PM IST

Updated : Jun 21, 2021, 7:15 PM IST

ଓଡିଶାର ସହ ପୋଲିସ ମହାନିର୍ଦ୍ଦେଶକ ଓ ରାଜ୍ୟ ଭିଜିଲାନ୍ସର ନିର୍ଦ୍ଦେଶକ ତଥା ଜଣେ ବିଶିଷ୍ଟ ସାହିତ୍ୟକାର ଡ଼. ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ରାଜ୍ୟ ସରକାର ତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ମିଳିଲାନି । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l ଅଧିକ ପଢନ୍ତୁ...

ଦେବାଶିଷ ପାଣିଗ୍ରାହୀଙ୍କ ପ୍ରତି ଅସମ୍ମାନ ଉଚିତ ନୁହେଁ

ଭୁବନେଶ୍ବର: ଓଡିଶାର ସହ ପୋଲିସ ମହାନିର୍ଦ୍ଦେଶକ ଓ ରାଜ୍ୟ ଭିଜିଲାନ୍ସର ନିର୍ଦ୍ଦେଶକ ତଥା ଜଣେ ବିଶିଷ୍ଟ ସାହିତ୍ୟକାର ଡ଼. ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ରାଜ୍ୟ ସରକାର ତାଙ୍କୁ ଯେଉଁଭଳି ସମ୍ମାନ ଦେବାକଥା ସେଥିରେ ଅବହେଳା କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l

କର୍ତ୍ତବ୍ୟରେ ଥିଲାବେଳେ ଡ଼. ପାଣିଗ୍ରାହୀ କୋରୋନା ଅକ୍ରାନ୍ତ ହେଲେ ଏବଂ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁବରଣ କଲେ l ସେ କେବଳ ଜଣେ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଫିସର ନଥିଲେ, ଜଣେ ଅତି ଉଚ୍ଚକୋଟୀର ସାହିତ୍ୟିକ ମଧ୍ୟ ଥିଲେ l

ତାଙ୍କର ସାହିତ୍ୟ ରଚନା ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି l ତାଙ୍କ ପରି ଜଣେ ବିଶିଷ୍ଠ ପୋଲିସ ଅଫିସର ଓ ସାହିତ୍ୟକାରଙ୍କ ମୃତ୍ୟୁ ପରେ ତାଙ୍କୁ ଗାର୍ଡ ଅଫ ଅନର ବା ପୋଲିସ ସଲାମୀ ଦିଆନଯିବା ଓଡ଼ିଶାର ବହୁ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି l

ଏପରିକି ତାଙ୍କୁ ଶେଷ ଦର୍ଶନ ଓ ସମ୍ମାନ ଜଣାଇବା ପାଇଁ ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ପଦାଧିକାରୀ ଉପସ୍ଥିତ ନହେବା ଡ଼. ଦେବାଶିଷଙ୍କ ପ୍ରତି ଅସମ୍ମାନ ବୋଲି କଂଗ୍ରେସ ପକ୍ଷରୁ ଏକ ପ୍ରେସବାର୍ତ୍ତାରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି, ଡ଼. ପାଣିଗ୍ରାହୀ ଭିଜିଲାନ୍ସ ବିଭାଗରେ ଥିବା ଯୋଗୁଁ ପୋଲିସ ସଲାମୀ ପାଇବାର ଯୋଗ୍ୟ ନୁହନ୍ତି ବୋଲି ସରକାର ସଫେଇ ଦେବା ଆହୁରି ଦୁଃଖଦାୟକ l

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋର ଡ୍ରିଲ ମାନୁଆଲରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଅନ୍ତିମ ସଂସ୍କାର ସମୟରେ କାହାକୁ ଏବଂ କେମିତି ଗାର୍ଡ ଅଫ ଅନର ବା ପୋଲିସ ସଲାମୀ ଦିଆଯିବ ସେ ବିଷୟରେ ସ୍ପଷ୍ଟ ଉଲ୍ଲେଖ ରହିଛି l

ସେହି ମାନୁଆଲ ବା ନିର୍ଦ୍ଦେଶାବଳି ଆଧାରରେ ଡ଼. ଦେବାଶିଷ ପାଣିଗ୍ରାହୀଙ୍କୁ ଯଥୋଚିତ ସମ୍ମାନ ଦିଆଯାଇ ପାରିଥାନ୍ତା l ମାତ୍ର ତାହା ନକରି ଡ଼ଃ ପାଣିଗ୍ରାହୀ ଭିଜିଲାନ୍ସ ବିଭାଗରେ ଥିବା ଯୋଗୁଁ ତାଙ୍କ ପାଇଁ ଗାର୍ଡ ଅଫ ଅନର ବା ପୋଲିସ ସଲାମୀ ପ୍ରଯୁଜ୍ୟ ନୁହେଁ ବୋଲି ସରକାରଙ୍କ ଯୁକ୍ତି ଅବାସ୍ତବ ଓ ଅସତ୍ୟ ବୋଲି ସେ କହିଛନ୍ତି ।

ସରକାର ବା ପୋଲିସ ମହାନିର୍ଦ୍ଦେଶକ ଚାହିଁଥିଲେ ଡ଼. ପାଣିଗ୍ରାହୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ପାରିଥାନ୍ତା l ତାହା ନକରିବା ଦ୍ବାରା ଡ଼. ପାଣିଗ୍ରାହୀଙ୍କ ଅଗଣିତ ଶୁଭେଛୁମାନଙ୍କୁ କେବଳ ନିରାଶ କରାଯାଇନାହିଁ ପୋଲିସ ବିଭାଗରେ ଏକ ଖରାପ ଓ ନକାରାତ୍ମକ ପରମ୍ପରା ସୃଷ୍ଟି ହୋଇଛି ବୋଲି ଦାସ କହିଛନ୍ତି l

ଭୁବନେଶ୍ବରରୁ ତପନ କୁମାର ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 21, 2021, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.