ETV Bharat / city

ବର୍ଷିଲା କଂଗ୍ରେସ, କହିଲା ‘ଜିତିବା ପାଇଁ ନହେଉ ଯୋଜନା’

author img

By

Published : Sep 16, 2021, 1:54 PM IST

ମହାମାରୀରେ ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଆଶୀର୍ବାଦ ଯୋଜନା ବନ୍ଦ ନେଇ ବର୍ଷିଲା ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ...

Arshibad Scheme
Arshibad Scheme

ଭୁବନେଶ୍ବର: ମହାମାରୀରେ ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଆଶୀର୍ବାଦ ଯୋଜନା ବନ୍ଦ ନେଇ ବର୍ଷିଲା ରାଜ୍ୟ କଂଗ୍ରେସ । ଗତ ଜୁନ ମାସରେ ଘୋଷଣା ହୋଇଥିବା ଯୋଜନା ସେପ୍ଟେମ୍ବରରେ ବନ୍ଦ କରିଦେବା ଘଟଣାକୁ ଗ୍ରହଣ କରି ପାରିନାହିଁ କଂଗ୍ରେସ ।

ଆଜି (ଗୁରୁବାର) ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି, ଯୋଜନା ବନ୍ଦ କରିଦେବା ଦ୍ବାରା ରାଜ୍ୟର ୨୧ ହଜାର ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଗତ ୩ ମାସରେ ମାତ୍ର ୧୦ ହଜାର ପିଲା ଯୋଜନାରେ ସାମିଲ ହୋଇଛନ୍ତି ।

ଆଜି ଠାରୁ ବାପା ମାଙ୍କୁ ହରାଇଥିବା ପିଲାଙ୍କ ଦରଖାସ୍ତ ଗ୍ରହଣ କରାଯାଉ ନାହିଁ। ସେମାନଙ୍କ ଭବିଷ୍ୟତ କଣ? କିଏ ତାଙ୍କ କଥା ବୁଝିବ । ଖାଲି ନିର୍ବାଚନ ଜିତିବା ପାଇଁ ଯୋଜନା ଘୋଷଣା କରିଦେଲେ ହେବ ନାହିଁ । ଆର୍ଶିବାଦ ଯୋଜନା ଅଭିଶାପ ନହେଉ । ଯଦି ସରକାରଙ୍କ ପାଖରେ ଅର୍ଥ ନାହିଁ, ଅନ୍ୟ କୌଣସି ଯୋଜନା ବନ୍ଦ କରି ଆଶୀର୍ବାଦ ଯୋଜନାକୁ ଜାରି ରଖିବାକୁ କଂଗ୍ରେସ ଦାବି କରିଛି ।

ସୂଚନାଯୋଗ୍ୟ ଯେ, ମହାମାରୀ କୋଭିଡରେ ବାପା ମା କିମ୍ବା ଜଣଙ୍କୁ ମଧ୍ୟ ହରାଇ ଥିବା ଶିଶୁଙ୍କୁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଜରିଆରେ ଥଇଥାନ ପାଇଁ ଘୋଷଣା କରିଥିଲେ । ଘୋଷଣା ମୁତାବକ ପ୍ରତ୍ୟେକ ଶିଶୁଙ୍କୁ ମାସିକ ୨୫ ଶହ ମାଗଣା ଶିକ୍ଷାଦାନ ଓ ସ୍ବାସ୍ଥ୍ୟ ସୁବିଧା ଘୋଷଣା କରିଥିଲେ । କିନ୍ତୁ ଘୋଷଣାର ୨ ମାସ ମଧ୍ୟରେ ଯୋଜନା ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେବା ଏବେ ବଡ ସନ୍ଦେହ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.