ETV Bharat / city

ଛାତ୍ର କଂଗ୍ରେସର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରୁ ଉଠୁନି ପରଦା । ପୋଲିସ ମଧ୍ୟ ଏଯାବତ କୌଣସି ଦୋଷୀକୁ ଗିରଫ କରିପାରିନାହିଁ । ଏହାର ପ୍ରତିବାଦ କରିବା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

author img

By

Published : Jul 20, 2022, 4:07 PM IST

ହାତରେ ଆପଲ୍, କଦଳୀ, ହର୍ଲିକ୍ସ ଧରି ଛାତ୍ର କଂଗ୍ରେସର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର : ହାତରେ ଆପଲ୍, କଦଳୀ ଆଉ ହର୍ଲିକ୍ସ ଧରି ଅଭିନବ ଉପାୟରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ । ବହୁ ଚର୍ଚ୍ଚିତ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ସଠିକ୍ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଛାତ୍ର କଂଗ୍ରେସ ନେତା ।

ଏହାସହ ରାଜ୍ୟରେ ରାଗିଂ ଫ୍ରି କ୍ୟାମ୍ପସ ଗଠନ ପାଇଁ ଦାବୀ ହୋଇଛି । ସେହିପରି ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । ଏସବୁ ଘଟଣାରେ କାହିଁକି ଉଚ୍ଚଶିକ୍ଷା ମନ୍ତ୍ରୀ ମୁହଁ ଖୋଲୁ ନାହାଁନ୍ତି । କାହିଁକି ପୋଲିସ ଅଭିଯୁକ୍ତକୁ ଧରୁ ନାହିଁ ବୋଲି ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ । ତେବେ ଆଗାମୀ ୫ଦିନ ମଧ୍ୟରେ ଏସବୁ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନହେଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.