ETV Bharat / city

ଉଭୟ ସରକାର OBCଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: କଂଗ୍ରେସ

author img

By

Published : Feb 5, 2022, 8:14 AM IST

ଗତ କିଛି ଦିନ ହେଲା ରାଜ୍ୟ ଓ କେନ୍ଦ୍ର ସରକାର ଓବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଅଧିକ ପଢନ୍ତୁ

Congress Press Meet: ଉଭୟ ସରକାର ଓବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ଭୁବନେଶ୍ବର: କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଗତ କିଛି ଦିନ ହେଲା ରାଜ୍ୟ ଓ କେନ୍ଦ୍ର ସରକାର ଓବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଛନ୍ତି । ସୁପ୍ରିମକୋର୍ଟ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ କହିବା ପରେ ତାମିଲନାଡ଼ୁ ରାଜ୍ୟ ବିଧାନସଭାରେ ସ୍ବତନ୍ତ୍ର ମୋସନ ଆଣି 69 ପ୍ରତିଶତ ସଂରକ୍ଷଣ ଆଣିଲେ । ହେଲେ ରାଜ୍ୟ ସରକାର 2017 ମସିହାରେ ସୁପ୍ରିମକୋର୍ଟରେ ଏକ ଏସଏଲପି ଫାଇଲ କରି ଚୁପ ବସି ଯାଇଛନ୍ତି ।

ନିଶିକାନ୍ତ ଆହୁରି କହିଛନ୍ତି, ମାମଲାର ତ୍ବରିତ ଶୁଣାଣି ପାଇଁ ମଧ୍ୟ ଚେଷ୍ଟା କରୁନାହାନ୍ତି । 2011ରୁ 13 ମଧ୍ୟରେ ହୋଇଥିବା ସୋସିଓ ଇକୋନୋମିକ ସେନ୍ସସକୁ କାର୍ଯ୍ୟକାରୀ କରୁନାହାଁନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମିଶନ ବସିଲା ହେଲେ ରିପୋର୍ଟ ଆସିଲା ନାହିଁ । ପୌର ନିର୍ବାଚନରେ ମଧ୍ୟ ରାଜ୍ୟ ସରକାର ଜଣେ ହେଲେ ଓବିସି ପ୍ରାର୍ଥୀ ଦେଇନାହାଁନ୍ତି । ଜାଣିଶୁଣି ରାଜ୍ୟର ବୃହତ୍ତର ବର୍ଗଙ୍କୁ ଅଣଦେଖା କରିଛନ୍ତି । କଂଗ୍ରେସ ଏହା ବିରୋଧରେ ନ୍ୟାୟିକ ଲଢେଇ ଲଢ଼ିବ କହିଛନ୍ତି ନିଶିକାନ୍ତ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.