ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ ପାଇଁ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ଭୁବନେଶ୍ବର ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି କଂଗ୍ରେସ । ୩୦ଜଣ କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ ୧୪ଜଣ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି କଂଗ୍ରେସ ।
୧ ନମ୍ବର ୱାର୍ଡ ପାଇଁ କାଜଲ ମଣ୍ଡଳଙ୍କୁ ମନୋନୀତ କରିଛି କଂଗ୍ରେସ । ସେହିଭଳି ୩ ନମ୍ବର ୱାର୍ଡ ପାଇଁ ସୁକାନ୍ତି ଜେନା, ୪ ନମ୍ବର ୱାର୍ଡ ପାଇଁ ସୁକାନ୍ତି ଜେନା, ୬ ନମ୍ବର ୱାର୍ଡ ପାଇଁ ସୁଜିତ କୁମାର ସାହୁ, ୭ ନମ୍ବର ୱାର୍ଡ ପାଇଁ ମନୋଜ କୁମାର ମହାପାତ୍ର, ୧୦ ନମ୍ବର ୱାର୍ଡ ପାଇଁ ଶ୍ରୀଧର ବଳିଆର ସିଂ, ୧୩ ନମ୍ବର ୱାର୍ଡ ପାଇଁ ଶୈଳବାଳା ମହାପାତ୍ର, ୧୪ ନମ୍ବର ୱାର୍ଡ ପାଇଁ ସୁପ୍ରିୟା ମହାପାତ୍ର, ୧୫ ନମ୍ବର ୱାର୍ଡ ପାଇଁ ଲିପ୍ସା ମହାନ୍ତି, ୧୬ ନମ୍ବର ୱାର୍ଡ ପାଇଁ ନଗ୍ମା ଖାତୁନଙ୍କୁ ମନୋନୀତ କରିଛି କଂଗ୍ରେସ ।
ସେହିଭଳି ୧୮ ନମ୍ବର ୱାର୍ଡ ପାଇଁ ନିବାସ କୁମାର ଭୋଇ, ୨୪ ନମ୍ବର ୱାର୍ଡ ମଣ୍ଟୁ ମଲ୍ଲିକ, ୨୫ ନମ୍ବର ୱାର୍ଡ ପବିତ୍ର ଦାସ, ୨୬ ନମ୍ବର ୱାର୍ଡ ପଦ୍ମିନୀ ମାରାଣ୍ଡି, ୨୭କ ନମ୍ବର ୱାର୍ଡ ଅନିଲ କୁମାର ଦାସ, ୨୮ ନମ୍ବର ୱାର୍ଡ ଅଞ୍ଜଳି ସାହୁ, ୩୦ ନମ୍ବର ୱାର୍ଡ ସ୍ମୃତି ତ୍ରିପାଠୀ, ୩୫ ନମ୍ବର ୱାର୍ଡ ମମତା ମଲ୍ଲିକ, ୩୯ ନମ୍ବର ୱାର୍ଡ ଲିଜା ମହାନ୍ତି, ୪୪ ନମ୍ବର ୱାର୍ଡ ପ୍ରଭାତ କୁମାର ପ୍ରତାପ ସିଂ, ୫୦ ନମ୍ବର ୱାର୍ଡ ବିଭୁ ପ୍ରସାଦ ଜେନା, ୫୩ ନମ୍ବର ୱାର୍ଡ ନିବାସୀ ଜେନାଙ୍କୁ ମନୋନୀତ କରିଛି କଂଗ୍ରେସ ।
ତା ସହିତ ପୁଷ୍ପିତା ଦାସଙ୍କୁ ୫୪ ନମ୍ବର ୱାର୍ଡ, ସଂଜୟ କୁମାର ପରିଡ଼ାଙ୍କୁ ୫୬ ନମ୍ବର ୱାର୍ଡ, ମିହିର ରଞ୍ଜନ ଆଚାର୍ଯ୍ୟଙ୍କୁ ୫୭ ନମ୍ବର ୱାର୍ଡ, ଦେବୀ ପ୍ରସାଦ ସ୍ୱାଇଁଙ୍କୁ ୫୯ ନମ୍ବର ୱାର୍ଡ, ନାରାୟଣ ଜେନାଙ୍କୁ ୬୧ ନମ୍ବର ୱାର୍ଡ, ନିତିଶା ମହାନ୍ତିଙ୍କୁ ୬୩ ନମ୍ବର ୱାର୍ଡ, ଶିବାନୀ ଶିବଦର୍ଶିନୀ ମହାନ୍ତିଙ୍କୁ ୬୭ ନମ୍ବର ୱାର୍ଡ ପାଇଁ ମନୋନୀତ କରିଛି କଂଗ୍ରେସ । .
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ