ETV Bharat / city

ମାନ୍ଦାବସ୍ଥା ବିରୋଧରେ ବାଲେଶ୍ବର-କେନ୍ଦୁଝରରେ କଂଗ୍ରେସର ବିକ୍ଷୋଭ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ 6 ଦଫା ଦାବି ନେଇ ଶୁକ୍ରବାର ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର ଓ କେନ୍ଦୁଝର
author img

By

Published : Nov 22, 2019, 4:38 PM IST

ବାଲେଶ୍ବର/କେନ୍ଦୁଝର: ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଛଅ ଦଫା ଦାବି ନେଇ ଶୁକ୍ରବାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଅହେତୁକ ଦର ବୃଦ୍ଧି, ନିଯୁକ୍ତି କାଟ, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଆଇନ ଶୃଙ୍ଖଳାରେ ଅବନତି ଓ ପିସି କାରବାର ଆଦି ବିରୁଦ୍ଧରେ ପ୍ରତିବାଦ କରି ଏହି ଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର ଓ କେନ୍ଦୁଝର

ବାଲେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜଣେ ଗରିବ ପରିବାରକୁ ବର୍ତ୍ତମାନ ସମୟରେ ପେଟ ପୋଷିବା ଓ ପରିବାର ଚଲାଇବା ପାଇଁ କଷ୍ଟ ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାନମାନି ଚଳାଇଥିବା କଂଗ୍ରେସ କହିଛି।

ସେହିପରି କେନ୍ଦୁଝର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶରେ ବର୍ତ୍ତମାନ ବ୍ୟାପକ ମାନ୍ଦାବସ୍ଥା ଦେଖା ଦେଇଛି । ସେଥିପାଇଁ ଦିନକୁ ଦିନ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି । ମାନ୍ଦାବସ୍ଥା ଯୋଗୁଁ ବେକାର ଯୁବକଙ୍କୁ ନିଯୁକ୍ତି ସୁଯୋଗ ମିଳୁନାହିଁ । ଏହି ସବୁ ଅବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଦାୟୀ କରିଛି ।

ବାଲେଶ୍ବର ଜୀବନ ଜ୍ୟୋତି ନାୟକ ଓ ଓ କେନ୍ଦୁଝରରୁ ସନ୍ତୋଷ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.