ETV Bharat / city

Petrol Diesel Price Hike: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

author img

By

Published : Apr 7, 2022, 6:03 PM IST

ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ଆଦିର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ଏହାକୁ ବିରୋଧ କରି ଗୁରୁବାର ରାଜଭବନ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛି । ଅଧିକ ପଢ଼ନ୍ତୁ

Petrol Diesel Price Hike: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ
Petrol Diesel Price Hike: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ବର: ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ଆଦିର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ପେଟ୍ରୋଲ ଡିଜେଲର ବର୍ଦ୍ଧିତ ଦର ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ବିରୋଧ କରି ଗୁରୁବାର ରାଜଭବନ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛି ।

ପିସିସି ସଭାପତିଙ୍କ ନେତୃତ୍ୱରେ ସମସ୍ତ କଂଗ୍ରେସର ଛାମୁଆ ସଂଗଠନ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଭ୍ୟାଟ ଟିକସ କମ ନକରନ୍ତି ତେବେ ଏହାର ଜନସାଧାରଣଙ୍କ ପାଇଁ ଅବିଚାର ହେବ ବୋଲି କହିଛି କଂଗ୍ରେସ । ତୈଳ ଦର ନକମିଲେ ଆଗାମୀ ଦିନରେ କଂଗ୍ରେସ ଏ ପ୍ରସଙ୍ଗକୁ ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ୱାର୍ଡସ୍ତରର ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚାଇବ ଓ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.