ଭୁବନେଶ୍ବର: ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ତରଫରୁ TPCODL ବିରୁଦ୍ଧରେ ଗଣ ଆନ୍ଦୋଳନ ଆଜି ସ୍ଥାନୀୟ ଫୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କରଯାଇଥିଲା। କଂଗ୍ରେସ ତରଫରୁ ଜନହିତକର ଦାବିଗୁଡିକୁ ନେଇ ଏହି ଗଣ ଆନ୍ଦୋଳନ କରାଯାଇଥିଲା । କୋଭିଡ ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସମୟର ଦେଢ଼ ବର୍ଷ ଆଦାୟ ନହୋଇଥିବା ବିଦ୍ୟୁତ୍ ବିଲକୁ ଜୋର ଜବରଦସ୍ତ ଆଦାୟ କରୁଥିବାରୁ ଭୁବନେଶ୍ୱର ଜିଲ୍ଲାର ତିନି ନମ୍ବର ଜୋନର ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସଭାପତିତ୍ବରେ ଏବଂ ଦୁଇ ନମ୍ବର୍ ବ୍ଲକର ସଭାପତି ଅଶୋକ ଦାସଙ୍କ ନେତୃତ୍ତ୍ବରେ ଆଜି ଏହି ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ତାଙ୍କ ଉଦବୋଧନରେ କହିଥିଲେ ଯେ, ଟାଟା କମ୍ପାନୀ ଆଉ ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ଯେଉଁ ଖେଳ ଚାଲିଛି ତାହାର ଫାଇଦା ନେଇ ଟାଟା କମ୍ପାନୀ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି । ତାକୁ ଆଉ ବରଦାସ୍ତ କରାଯିବନି। ଟାଟା କମ୍ପାନୀ ବିରୁଦ୍ଧରେ ଗଳି କନ୍ଦିରେ ଆନ୍ଦୋଳନ କରାଯିବ। ଟାଟା କମ୍ପାନୀର ମନମୁଖି କାର୍ଯ୍ୟକ୍ରମ ବିରୁଦ୍ଧରେ ସମସ୍ତ କଂଗେସ କର୍ମୀ ଲଢେଇ କରିବେ ଏବଂ ଟାଟା କମ୍ପାନୀ ଯେଉଁଭଳି ମନମୁଖୀ କର୍ଯ୍ୟ କରୁଛି ତାହା ନିନ୍ଦନୀୟ । ପୁରୁଣା ମିଟର ଥିବାରୁ ନୂଆ ମିଟର ବସେଇବାର ଆବଶ୍ୟକ ନାହିଁ ତଥାପି ନୂଆ ମିଟର ବସାଉଥିବାରୁ ତାଙ୍କୁ ଦୃଢ଼ ନିନ୍ଦା କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ