ETV Bharat / city

୭୭ ପ୍ରତିଶତ ଲୋକଙ୍କୁ ସରକାର ଦେଉଛନ୍ତି ପଶୁ ଉପଯୋଗୀ ଚାଉଳ: କଂଗ୍ରେସ

author img

By

Published : Jun 2, 2021, 4:16 PM IST

ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟରେ ୭୭ % ଲୋକଙ୍କୁ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଅଭିଯୋଗ କରିଛି କଂଗ୍ରେସ । ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଳାୟର ଅଧିକାରୀମାନେ ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କର ବ୍ୟାପକ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ବାସଘାତକତା ପଦାରେ ପଡ଼ିଯାଇଛି । ଅଧିକ ପଢନ୍ତୁ...

congress pressmeet on pds rice issue
୭୭ ପ୍ରତିଶତ ଲୋକଙ୍କୁ ସରକାର ଦେଉଛନ୍ତି ପଶୁ ଉପଯୋଗୀ ଚାଉଳ: କଂଗ୍ରେସ

ଭୁବନେଶ୍ବର: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟର ୭୭ % ଲୋକଙ୍କୁ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ । ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଳାୟର ଅଧିକାରୀମାନେ ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କର ବ୍ୟାପକ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ବାସଘାତକତା ପଦାରେ ପଡ଼ିଯାଇଛି । ଏ ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଆଜି ଡକା ଯାଇଥିଲା ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ । ଖୋଦ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ କଟକ ଜିଲ୍ଲାର ବିଭିନ୍ନ ଗୋଦାମ ଯାଞ୍ଚ କରି କେନ୍ଦ୍ରୀୟ କର୍ତ୍ତୃପକ୍ଷ ଗତ ମେ ୨୭ ତାରିଖରେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚେତେଇ ଦେଇଛନ୍ତି । ଏପରିକି ଏହି ଚାଉଳ ମଣିଷଙ୍କ ପାଇଁ ନୁହେଁ କେବଳ ଛେଳି, ଘୋଡ଼ା ଓ ମେଣ୍ଢା ଆଦି ପଶୁଙ୍କ ପାଇଁ ଯୋଗ୍ୟ ବୋଲି କେନ୍ଦ୍ରୀୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି । ରାଜ୍ୟ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଭୋଟ ନେଇଯାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏବେ ସ୍ପଷ୍ଟ ହୋଇପଡ଼ିଛି ଯେ ଏଥିରେ କୋଟି କୋଟି ଟଙ୍କାର ଅର୍ଥ ବାଟମାରଣା ହୋଇଯାଇଛି ।

କେନ୍ଦ୍ର ଖାଉଟି ମନ୍ତ୍ରଣାଳୟର ଉପଆୟୁକ୍ତ ବିଶ୍ଵଜିତ ହାଲଦାର ଏ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସଚିବଙ୍କୁ ଲେଖିଛନ୍ତି । ଆଉ ଏହି ଚିଠି ରାଜ୍ୟରେ ଚାଉଳ ଦୁର୍ନୀତିର ଗୁମର ଖୋଲିଛି ବୋଲି ମାନସ ଅଭିଯୋଗ କରିଛନ୍ତି । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରୋସିଡିଂ କରାଯିବାକୁ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ( ସଂଶୋଧିତ ) ୨୦୨୦ ଅନୁସାରେ ସଂପୃକ୍ତ ମିଲ ମାଲିକଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଚିଠିରେ ସେ ଦର୍ଶାଇଛନ୍ତି ।

ସମଗ୍ର ରାଜ୍ୟରେ ଗୋଦାମରେ ଥିବା ଚାଉଳର ଅବସ୍ଥା ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ଏପରିକି ଅନୁଧ୍ୟାନ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ବର ଓ କଟକର ଗୋଦାମ ମାନଙ୍କରୁ ଚାଉଳ ନଦେବାକୁ ସେ କହିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଓଡ଼ିଶାକୁ ଏ ବାବଦରେ କେନ୍ଦ୍ର ଦେଉଥିବା ଅର୍ଥ କ୍ଷେତ୍ରରେ ପୁନଃ ବିଚାର କରାଯିବ ବୋଲି କେନ୍ଦ୍ର ଖାଉଟି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ବୋଲି ମାନସ କହିଛନ୍ତି ।

ଏ ସମୁଦାୟ ବ୍ୟବସ୍ଥା ଉପରେ ଅବିଶ୍ବାସ ପ୍ରକଟ କରି ଏହାର ତୁରନ୍ତ ପୁନଃ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଯଦି କଟକ ଓ ଭୁବନେଶ୍ବରର ସ୍ଥିତି ଏପରି ତେବେ ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ କିପରି ଅବସ୍ଥା ଥିବ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୁବନେଶ୍ବର ଓ କଟକର ଚାଉଳ ଗୋଦାମ, ରାଇସମିଲ, ସୁଲଭ ଦୋକାନ ଏବଂ ଏଫସିଆଇ ଗୋଦାମରେ ଥିବା ଚାଉଳ ଆଦିକୁ ଏପ୍ରିଲ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଯାଞ୍ଚ କରାଯାଇଥିଲା । ଯେଉଁଥିରେ ୧୫ଟି ସଂଗୃହିତ ନମୁନାରୁ ୯ ଟି ନମୁନା ଅତି ନିମ୍ନମାନର ପ୍ରମାଣିତ ହୋଇଥିଲା ।

ମାନସ ଅଭିଯୋଗ କରିଛନ୍ତି ଯେ, ଏଥିରୁ ସ୍ପଷ୍ଟ ହୋଇପଡ଼ିଛି ଯେ ଏହି ଚାଉଳର ବ୍ୟାପକ ରିସାଇକଲିଂ ଚାଲିଛି । ଯୋଗାଣ ବିଭାଗର ଅଧିକାରୀମାନେ ଏହି ଦୁର୍ନୀତିରେ ସଂପୃକ୍ତ । ସାଧାରଣତଃ ଏଫସିଆଇର ଅଧିକାରୀମାନେ ଚାଉଳର ମାନର ନିର୍ଦ୍ଧାରଣ କରି ସାର୍ଟିଫିକେଟ ପ୍ରଦାନ କରିଥାନ୍ତି । ଏଣୁ ଏଭଳି ଚାଉଳକୁ କିପରି ସାର୍ଟିଫିକେଟ ଦିଆଗଲା ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ମାନସ ସନ୍ଦେହ କରିଛନ୍ତି । ଏବେ ଗଛିତ ସମସ୍ତ ଚାଉଳ ଓ ଗହମର ମାନ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଦୁଇଟି ଟିମ ଗଠନ କରିଛନ୍ତି । ଏହି ଦୁଇଟି ଟିମ ଚଳିତ ମାସ ୪ ତାରିଖରୁ ଭୁବନେଶ୍ବର କଟକ ଏଫିସିଆଇ ଅଧିନରେ ଥିବା ୮ଟି ଜିଲ୍ଲାକୁ ପରିଦର୍ଶନରେ ଆସିବେ ବୋଲି ଜଣାପଡ଼ିଛି ।

ଏବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ, ଯୋଗାଣ ନିଗମର କ୍ବାଲିଟି ସେଲ ତତ୍ପର ହୋଇପଡ଼ିଛି ନା ଦୁର୍ନୀତିକୁ ଲୁଚାଇବା ପାଇଁ ଅପଚେଷ୍ଟା ଚାଲିଥିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ ଯୋଗାଣ ନିଗମର କ୍ବାଲିଟି ସେଲର କର୍ତ୍ତୃପକ୍ଷ ଜଗତପୁରସ୍ଥିତ ଯୋଗାଣ ନିଗମର ଚାଉଳର ନମୁନା ସଂଗ୍ରହ କରିଥିବାର ଜଣାପଡ଼ିଛି । ଏହାର ମାନ ପରୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି । ଏବେ ପାଖାପାଖି ୧୦ ଲକ୍ଷ ଟନ ଚାଉଳ ମହଜୁଦ ରହିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୦୦ କୋଟି ହେବ । ମାତ୍ର ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାର କହୁଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓଡ଼ିଶାରେ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ସରକାର କହୁଛନ୍ତି ଯେ ସେ ୯୯.୨ ପ୍ରତିଶତ ସଫଳ । ସ୍ବଛତାର ଡିଣ୍ଡିମ ପିଟୁଥିବା ନବୀନ ସରକାର ଏହି ମହା ଦୁର୍ନୀତିର ତଦନ୍ତକରି ବାସ୍ତବ ସତ୍ୟକୁ ଜନସାଧାରଣଙ୍କୁ ଜଣାନ୍ତୁ ବୋଲି କଂଗ୍ରେସ ଦାବି କରିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଖାଦ୍ୟ ଯୋଗାଣ କମିଶନର ବୀର ବିକ୍ରମ ଯାଦବଙ୍କୁ ତଦନ୍ତ ପରିସରକୁ ଆଣିବା ଲାଗି କଂଗ୍ରେସ ଦାବି କରିଛି । ଏହା ସହ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ବୀର ବିକ୍ରମ ଯାଦବଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.