ETV Bharat / city

ଜାଗା ମିଶନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲା ରାଜ୍ୟ କଂଗ୍ରେସ

ସାମ୍ବାଦିକ ସମ୍ମୀଳନୀରେ ଜାଗା ମିଶନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲା ରାଜ୍ୟ କଂଗ୍ରେସ। ଅକ୍ଟୋବର ୨୦୧୭ ମସିହାରେ ରାଜ୍ୟ ସରକାର ଓଡିଶାର ସମସ୍ତ ମହାନଗର ପୌର ପରିଷଦ ତଥା ଏନଏସିରେ ଥିବା ୨୫୧୯ ବସ୍ତିରେ ଥିବା ଗରିବ ଲୋକଙ୍କୁ ବାସପୋଯୋଗୀ ଜମି ଯୋଗାଇବା ପାଇଁ ଏକ ଆଇନ ପ୍ରଣୟନ କଲେ କିନ୍ତୁ ଲୋକଙ୍କ ପାଖରେ ପହଞ୍ଚିନାହିଁ ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ...

Congress pressmeet on jaga mission in odisha
ଜାଗା ମିଶନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲା ରାଜ୍ୟ କଂଗ୍ରେସ
author img

By

Published : Aug 13, 2021, 6:29 PM IST

ଭୁବନେଶ୍ବର: ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଯୋଜନା କେତେ କାର୍ଯ୍ୟକାରୀ ହେଉଛି । ଜାଗା ମିଶନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲା ରାଜ୍ୟ କଂଗ୍ରେସ। ଅକ୍ଟୋବର ୨୦୧୭ ମସିହାରେ ରାଜ୍ୟ ସରକାର ଓଡିଶାର ସମସ୍ତ ମହାନଗର ପୌର ପରିଷଦ ତଥା ଏନଏସିରେ ଥିବା ୨୫୧୯ ବସ୍ତିରେ ଥିବା ଗରିବ ଲୋକଙ୍କୁ ବାସପୋଯୋଗୀ ଜମି ଯୋଗାଇବା ପାଇଁ ଏକ ଆଇନ ପ୍ରଣୟନ କଲେ ।

ଜାଗା ମିଶନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲା ରାଜ୍ୟ କଂଗ୍ରେସ

୨୦୧୮ ମସିହା ମେ ମାସରେ ଜାଗା ମିଶନ ଶୁଭାରମ୍ଭ ହେଲା । ଏହି ଯୋଜନା ସମସ୍ତ ବସ୍ତିର ରାସ୍ତା ଆଲୋକୀକରଣ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଉଦ୍ୟାନ ଏବଂ ଗୋଷ୍ଠୀ କେନ୍ଦ୍ର କରାଯିବା ସହିତ ବାସପୋଯୋଗୀ ଗୃହ ଯୋଗାଇବା ସହିତ ସହରାଞ୍ଚଳରେ ଆଉ ଅଧିକ ବସ୍ତି ବୃଦ୍ଧିକୁ ରୋକିବା ଏବଂ ବସ୍ତି ଅଞ୍ଚଳର ସଂପୂର୍ଣ୍ଣ ବିକାଶ ଏହାର ମୂଳଲକ୍ଷ ଥିଲା । ଢାଞ୍ଚାଗତ ପରିବର୍ତ୍ତନ କରାଯିବ ବୋଲି ରାଜ୍ୟ ସରକାର ଓଡ଼ିଶାର ୧୮ଲକ୍ଷ ଗରୀବ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ । ଏହି ଜାଗା ମିଶନ ଯୋଜନାରେ ୨୦୨୨ ମସିହା ସୁଦ୍ଧା ରାଜ୍ୟର ୧୧୪ ଟି ଅର୍ବାନ ଲୋକାଲ ବଡିଜରେ ଥିବା ସମସ୍ତ ଗରୀବ ଲୋକଙ୍କ ଗୃହ ଯୋଗାଇବା ସହିତ ବିଶୁଦ୍ଧ ପାଣି, ରାସ୍ତା, କମ୍ୟୁନିଟି ସେଣ୍ଟର, ପାର୍କ ଏବଂ ଆଲୋକୀକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଜାଗା ମିଶନ ଜରିଆରେ ୨୦୧୧ ମସିହା ଜନଗଣନା ଭିତ୍ତିରେ ୧ଲକ୍ଷ ୬୫ ହଜାର ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯିବା କଥା । କିନ୍ତୁ ୨୦୧୮ ମସିହା ମେ ମାସରେ ଟାଟା ଟ୍ରଷ୍ଟ ଓ ନର୍ମାନ ପୋଷ୍ଟର ଭଳି ଦୁଇଟି ସ୍ବେଚ୍ଛାସେବୀ ବା ବଦାନ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହେଲେ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୬୦ ହଜାର ପରିବାରଙ୍କୁ ଜମି ଅଧିକାରର ସାର୍ଟିଫିକେଟ ପ୍ରଦାନ କରିଛନ୍ତି (ଏଲଆରସି) କିନ୍ତୁ ୨୦୨୨ ପୁରିବାକୁ ମାତ୍ର ୧ ବର୍ଷ ପାଖାପାଖି ବାକି ରହିଲା । କିନ୍ତୁ ୧ଲକ୍ଷ ୫ ହଜାର ପରିବାରକୁ ବର୍ତମାନ ସୁଦ୍ଧା ବସ୍ତି ଅଞ୍ଚଳର ଜମିର ପଟ୍ଟା ଦାନ କରାଯାଇ ନାହିଁ । ଏହା କେବେ ସରିବ? ଆଉ କେତେବର୍ଷ ଲାଗିବ ଏହି ପରିବାରକୁ ଜାଗା ପ୍ରଦାନ କରିବାରେ । ଜାଗା ମିଶନ ତିନୋଟି ପର୍ଯ୍ୟାୟଭୁକ୍ତ ଥିଲା ପ୍ରଥମ ପର୍ଯ୍ୟାୟରେ ଜମି ଚିହ୍ନଟ ଓ ହସ୍ତାନ୍ତର । ଦ୍ବିତୀୟ ପର୍ଯ୍ୟାୟଟି ବସ୍ତି ଅଞ୍ଚଳର ଆଲୋକୀକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଗୃହ ଯୋଗାଇବା କଥା ।

ତୃତୀୟ ପର୍ଯ୍ୟାୟରେ ବସ୍ତି ଅଞ୍ଚଳର ଯୁବକଯୁବତୀ ମାନଙ୍କର ଦକ୍ଷତା ବିକାଶ କରିବା ସହିତ ସେମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଓ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ । କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସମସ୍ତ ସହରାଞ୍ଚଳର ବସ୍ତିବାସିନ୍ଦା ମାନେ ରହୁଥିବା ବସ୍ତିର ଆଲୋକିକରଣ କରାଯାଇ ନାହିଁ । ସମସ୍ତଙ୍କ ଘରକୁ ବିଶୁଦ୍ଧ ଜଳ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ବାସଗୃହ କଥା ଛାଡ଼ନ୍ତୁ । ଭୁବନେଶ୍ବର ମହାନଗର ଉପକଣ୍ଠରେ ବହୁ ବସ୍ତିକୁ ଆଜି ମଧ୍ୟ ଏକ ପିଚୁ ରାସ୍ତା ନାହିଁ । ଏବେ ପର୍ଯ୍ୟନ୍ତ ମାତ୍ର ୧୯% ଅଞ୍ଚଳରେ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଛି । ବାକିତକ ଅଞ୍ଚଳରେ ଆଲୋକିକରଣ କରାଯାଇ ନାହିଁ ଏହା କେବେ କରାଯିବ । ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଏବଂ ପ୍ରତାରଣା କରିବାଛଡା କୌଣସି ଏକ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରି କରିବାରେ ନଜିର ନାହିଁ । ସମସ୍ତ ଯୋଜନା କେବଳ ଭୋଟ ସର୍ବସ୍ବ ।

୨୦୦୫ ମସିହାରେ କଂଗ୍ରେସ ଉପା-୧ ସରକାରଙ୍କ ସମୟରେ ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ଉନ୍ନତି ଏବଂ ତାଙ୍କୁ ବାସପୋଯୋଗୀ ଗୃହ ସହିତ ଉପରୋକ୍ତ ସମସ୍ତ ସୁବିଧା ନେବା ପାଇଁ ଯୋଜନା କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସହରାଞ୍ଚଳରେ ଥିବା ବସ୍ତି ଅଞ୍ଚଳରେ କ’ଣ ବିକାଶ କରିଥିଲେ । ୨୦୧୧ ମସିହାରେ ରାଜୀବ ଅବାସ ଯୋଜନା ମାଧ୍ୟମରେ ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କର କ’ଣ ବିକାଶ ହୋଇଥିଲା । ଯଦି ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ପାଇଁ ଏସବୁ କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ନିଜେ ପ୍ରଣୟନ କରୁଥିଲେ ତାହେଲେ କାହିଁକି ଆଉ ଏକ ନୂଆ ଯୋଜନା କରାଗଲା । ଏହି ନୂଆ ଯୋଜନା କରାଯିବାର ଉଦ୍ଦେଶ୍ୟ କଣ କେବଳ ୧୮ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ଭୋଟ ହାତେଇବା ନା ତାଙ୍କୁ ଜମି ପ୍ରଦାନ କରିବା ଓ ଗୃହ ମଧ୍ୟ ପ୍ରଦାନ କରିବା । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କର ରାଜ୍ୟର ଗରୀବ ଜନସାଧାରଣ ଏପରିକି ସହରାଞ୍ଚଳରେ ବସ୍ତିମାନଙ୍କରେ ରହୁଥିବା ଗରୀବ ଲୋକମାନଙ୍କର ବିକାଶ ପ୍ରତିନିଷ୍ଠା ନାହିଁ ।

ରାଜ୍ୟରେ ଏପର୍ଯ୍ୟନ୍ତ ସମସ୍ତ ୧୧୪ଟି ଅର୍ବାନ ଲୋକାଲ ବଡିଜରେ ଥିବା ୨୫୧୯ଟି ବସ୍ତି ମଧ୍ୟରୁ ମାତ୍ର ୧୯% ବସ୍ତିରେ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଛି । ମୋଦି ସରକାର ପୂର୍ବ ସରକାରଙ୍କ ଯୋଜନାର ନାମ ପରିବର୍ତନ କରିବାରେ ବ୍ୟସ୍ତ ଥିଲାବେଳେ ଏଠି ରାଜ୍ୟ ସରକାର ପ୍ରତିଦିନ ନୂଆ ଯୋଜନା ବନାନ୍ତି । ଏସବୁ ହୋଇଥିଲା ତାହେଲେ ଆବଶ୍ୟକତା କାହିଁକି ପଡ଼ିଲା । କଂଗ୍ରେସ ସରକାର ସମୟରେ ରାଜୀବ ଗାନ୍ଧୀ ଆବାସ ଯୋଜନାର ନାମ ପରିବର୍ତନ ହୋଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହୋଇଯାଇଛି ଏବଂ ଔଘଘଟଜଗ ନାମ ପରିବର୍ତନ ହୋଇ ଅମୃତ ଯୋଜନା କେବଳ ହୋଇଯାଇଛି । କେବଳ ନୂଆ ଯୋଜନା କରିବା ଏବଂ ପୂରୁଣା ଯୋଜନାର ନାମ ପରିବର୍ତନ କରିଦେଲେ କ’ଣ ବିକାଶ ହୋଇଯିବ । ଠିକ ସେହିଭଳି ଭାବରେ ୩୧୪ ବ୍ଲକ ମଧ୍ୟରୁ ୧୨୭ ବ୍ଲକରେ ୨୦୦୦ ମସିହା ସୁଦ୍ଧା ୩୭% ଜଳସେଚନର ସୁବିଧା ହୋଇଯାଇଥିଲା ବା ବ୍ୟବସ୍ଥା ହୋଇଥିଲା ।

ନବୀନ ସରକାର ୨୦୦୫ ମସିହାରେ ଘୋଷଣା କରିଥିଲେ ଯେ ରାଜ୍ୟର ସମସ୍ତ ବ୍ଲକରେ ୩୫% ରୁ ଅଧିକ ଜଳସେଚନର ବ୍ୟବସ୍ଥା ୨୦୧୦ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବ । କିନ୍ତୁ ଆଜି ସୁଦ୍ଧା ପାଖାପାଖି ୭୬ଟି ବ୍ଲକରେ ୩୫% ଜଳସେଚନ ସୁବିଧା ହୋଇପାରିନାହିଁ । ସାରା ରାଜ୍ୟରେ କୃଷକମାନେ ଅନାବୃଷ୍ଟି ହେତୁ ଚାଷ କରିପାରୁ ନାହାନ୍ତି । ଜଳସେଚନର ସୁବିଧାଥିଲେ ଏଭଳି ଏକ ସମସ୍ୟାକୁ ମୁକାବିଲା କରାଯାଇପାରିଥାନ୍ତା । କିନ୍ତୁ ରାଜ୍ୟ ସରକାର ନିଷ୍ଠାର ଅଭାବ ହେତୁ କୌଣସି ଏକ ଯୋଜନା ସଂପୂର୍ଣ୍ଣ ରୂପେ ରୂପାୟନ କରାଯାଇ ନାହିଁ ଏବଂ ତାହାର ଫଳ ମଧ୍ୟ ରାଜ୍ୟବାସୀଙ୍କୁ ମିଳିଲା ନାହିଁ । ଆଉ କେତେବର୍ଷ ଗଲାପରେ ରାଜ୍ୟର ସମସ୍ତ ବ୍ଲକରେ ୩୫% ଜଳସେଚନର ସୁବିଧା ହେବ । ୨୧ ବର୍ଷର ସରକାର ୨୧ଟି ଯୋଜନା ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକାରି କରିନାହାନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.