ETV Bharat / city

‘ଦିଲ୍ଲୀରେ ଚାଲିଛି 2ୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ’ - ‘ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ’

ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ । ଏହା ଦ୍ବାରା ସମ୍ବିଧାନ ଉପରେ ବିପଦ ରହିଛି । ତେଣୁ ସମ୍ବିଧାନକୁ ବଞ୍ଚେଇବାର ସମୟ ଆସିଛି ବୋଲି କଂଗ୍ରେସ ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ ପ୍ରକାଶ କରିଛନ୍ତି ।

bhubaneswar
‘ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ’
author img

By

Published : Dec 28, 2019, 11:27 PM IST

ଭୁବନେଶ୍ବର: ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ । ଏହା ଦ୍ବାରା ସମ୍ବିଧାନ ଉପରେ ବିପଦ ରହିଛି । ତେଣୁ ସମ୍ବିଧାନକୁ ବଞ୍ଚେଇବାର ସମୟ ଆସିଛି ବୋଲି କଂଗ୍ରେସ ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ ପ୍ରକାଶ କରିଛନ୍ତି । କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଜେପିକୁ ସମାଲୋଚନା କରି ସେ ଏହା କହିଛନ୍ତି । କଂଗ୍ରେସର ସମ୍ବିଧାନ ବଚାଓ ଭାରତ ବଚାଓ ଅଭିଯାନ ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।

‘ଦିଲ୍ଲୀରେ ଚାଲିଛି ଦ୍ବିତୀୟ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ’

ଅଖିଳେଶ କହିଛନ୍ତି, ବିଜେପି ଏନଆରସି ଆଣିଲା ପରେ ସିଏଏ ଏବେ ଏନପିଆର ଆଣିଛି । ଏହା ଆଭିମୁଖ୍ୟ ସଂପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ କରୁନାହାଁନ୍ତି । ଜୋର ଜବରଦସ୍ତ ଲୋକଙ୍କ ଉପରେ ଚାପ ପକାଯାଉଛି। ଏହା ସହିତ ଭାରତୀୟଙ୍କୁ ନିଜ ଜାତୀୟତା ପ୍ରମାଣ ମାଗୁଛି ବିଜେପି ।

ବିଜେପି ଶାସିତ ରାଜ୍ୟ ମାନଙ୍କରେ ମଧ୍ୟ ଏମାନେ ଦଙ୍ଗା କରୁଛନ୍ତି । ଅନାବଶ୍ୟକ ପ୍ରସଙ୍ଗ ଉଠାଇ ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ଶିଥିଳ ଅର୍ଥନୀତି ଆଦି ସମସ୍ୟାକୁ ଲୁଚାଇବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି ଅଖିଳେଶ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳେଶଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:କଂଗ୍ରେସ ଏଆଇସିସି ମୁଖପାତ୍ର ଅଖିଲେଶ ପ୍ରତାପ ସିଂହ ଙ୍କ ସାମ୍ବାଦିକ ସମ୍ମିଳନୀ।

Body:ଦିଲ୍ଲୀରେ ଚାଲିଛି ଇଷ୍ଟ ଇଣ୍ଡିଆ କମ୍ପାନୀ ପାର୍ଟ ୨।ସମ୍ବିଧାନ Uପରେ ବିପଦ ରହିଛି।ଆମକୁ ସମ୍ବିଧାନ ବଞ୍ଚେଇବାକୁ ହେବ।ଏନଆରସି ଆଣିଲେ, ପରେ ସିଏଏ ଆଣିଲେ ଏବେ ଏନପିଆର ଆଣିଛନ୍ତି।ଜନସାଧାରଣ ଙ୍କୁ ସ୍ପଷ୍ଟ କରୁନାହାନ୍ତି ତାର ଆଭିମୁଖ୍ୟ କଣ ରହିବ।ଜୋର ଜବରଦସ୍ତ ଲୋକଙ୍କ ଉପରେ ଚାପ ପକାଯାଉଛି।ଭାରତୀୟଙ୍କୁ ନିଜ ପ୍ରମାଣ ମାଗୁଛି ବିଜେପି।ବିଗତ ୬୦ ବର୍ଷରେ ଯେଉଁ ଋଣ ନେଇଥିଲେ ଏବେ ୬ ବର୍ଷରେ ନେଇଛନ୍ତି କେନ୍ଦ୍ରରେ ବିଜେପି ସରକାର।ବିଜେପି ଶାସିତ ରାଜ୍ୟ ମାନଙ୍କରେ ମଧ୍ୟ ଏମାନେ ଦଙ୍ଗା କରୁଛନ୍ତି।ଅନାବଶ୍ୟକ ପ୍ରସଙ୍ଗ ଉଠାଇ ବେକାରୀ ସମସ୍ୟା,ଦରଦାମ ବୃଦ୍ଧି,ଶିଥିଳ ଅର୍ଥନୀତି ସମସ୍ୟାକୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର ବୋଲି ଆଖିଲେଶ ପ୍ରତାପ ସିଂ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.