ETV Bharat / city

ଚିଟଫଣ୍ଡ ଠକେଇରୁ କୋଟିପତି ହୋଇଛନ୍ତି ସୁଲୋଚନା ! ସନ୍ଦେହ କଲା କଂଗ୍ରେସ - ସିସୋର ଚିଟଫଣ୍ଡରେ ବିଜେଡି ମେୟର ପ୍ରାର୍ଥିନୀଙ୍କ ଲିଙ୍କ

ସବୁଠୁ କୋଟିପତି ମେୟର ପ୍ରାର୍ଥିନୀ ବିଜେଡିର ସୁଲୋଚନା ଦାସ । ବିଜେଡି ପ୍ରାର୍ଥିନୀଙ୍କ ଏତେ ପରିମାଣର ସମ୍ପତ୍ତି ଚିଟଫଣ୍ଡ ଠକେଇରୁ ଆସିଥିବାର ସନ୍ଦେହ କଲା କଂଗ୍ରେସ । ଅଧିକ ପଢନ୍ତୁ

ସିସୋର ଚିଟଫଣ୍ଡରେ ବିଜେଡି ମେୟର ପ୍ରାର୍ଥିନୀଙ୍କ ଲିଙ୍କ, ଅଭିଯୋଗ କଲା କଂଗ୍ରେସ

author img

By

Published : Mar 22, 2022, 2:09 PM IST

Updated : Mar 22, 2022, 2:22 PM IST

ଭୁବନେଶ୍ବର: ବିଏମ୍‌ସିର ତିନି ମେୟର ପ୍ରାର୍ଥିନୀଙ୍କ ମଧ୍ୟରୁ ସବୁଠୁ ଧନୀ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧ କୋଟି ୮୨ ଲକ୍ଷ ୬୦ ହଜାର ୩୩୮ । ଦିନକ ପରେ ନିର୍ବାଚନ ଥିବାବେଳେ ବିଜେଡିର ଏହି କୋଟିପତି ମେୟର ପ୍ରାର୍ଥିନୀଙ୍କ ସମ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ତାଙ୍କ ନିକଟକୁ ଏତେ ଟଙ୍କା କେଉଁଠୁ ଆସିଲା ? ଏହି ଅର୍ଥ ଚିଟଫଣ୍ଡରୁ ଆସିନି ତ ? ଏନେଇ କଂଗ୍ରେସ ସନ୍ଦେହ କରିବା ସଙ୍ଗେ ସଙ୍ଗେ ସିସୋର ଚିଟଫଣ୍ଡ ଠକେଇ ଘଟଣାରେ ସୁଲୋଚନାଙ୍କ ସମ୍ପର୍କ କ'ଣ ତାହା ସେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ।

ସିସୋର ଚିଟଫଣ୍ଡ ଠକେଇ, ବିଜେଡି ମେୟର ପ୍ରାର୍ଥିନୀଙ୍କ ଲିଙ୍କ୍ ନେଇ ପ୍ରଶ୍ନ କଲା କଂଗ୍ରେସ

ଆଜି(ମଙ୍ଗଳବାର) ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳକୁ ଏପରି ଭାବେ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ଖବର କାଗଜରେ ଘରେ ଘରେ ଶଙ୍ଖ ପାଇଁ ବିଜ୍ଞାପନ ଦିଆଯାଉଛି । ହେଲେ ଘରେ ଶଙ୍ଖ ବାଜିବା ପୂର୍ବରୁ ବିଜେଡି ମେୟର ପ୍ରାର୍ଥିନୀଙ୍କ ସିସୋର ଚିଟଫଣ୍ଡ ସହ କ'ଣ ଲିଙ୍କ ଅଛି ଏବଂ ଏତେ ଧନୀ ସେ କେମିତି ହେଲେ ତାହା ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ କହିଛି ।

ରାଜ୍ୟରେ ଗତ କିଛି ଦିନ ଭିତରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଛୋଟ ପେନଡ୍ରାଇଭ ପାଇଁ ମମିତା ମେହରର ହତ୍ୟା କରାଗଲା । ଏପଟେ ଛୋଟ ଚିପ୍ ପାଇଁ ଜଣେ କ୍ୟାମେରମ୍ୟାନଙ୍କ ଜୀବନ ଗଲା । ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୱେବ ଚ୍ୟାନେଲ ମାଲିକାଣି ଶର୍ମିଷ୍ଠାକୁ ପୋଲିସ ଧରି ପାରୁନି ଏବଂ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅପିଲ କରୁଛି । ଶର୍ମିଷ୍ଠାଙ୍କ ସହ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେଉଛି । ଏହି ହତ୍ୟାକାଣ୍ଡ ପଛରେ ଯେଉଁମାନେ ଅଛନ୍ତି ତାହାର ଖୁଲାସା ହେବା ଦରକାର ବୋଲି କଂଗ୍ରେସ ମୁଖପାତ୍ର ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 22, 2022, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.