ETV Bharat / city

ମମିତା ହତ୍ଯାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଖସାଇବାକୁ ଚେଷ୍ଟା କରୁଛି ପୋଲିସ: କଂଗ୍ରେସ

author img

By

Published : Nov 6, 2021, 7:36 PM IST

ମମିତା ମେହେର ମୃତ୍ୟ ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ଚେଷ୍ଟା କରୁଛି ପୋଲିସ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢନ୍ତୁ...

ମମିତା ମହେର ଘଟଣାରେ ଅଭିଯୁକ୍ତକୁ ଖସାଇବାକୁ ଚେଷ୍ଟା କରୁଛି ପୋଲିସ: କଂଗ୍ରେସ

ଭୁବନେଶ୍ବର: ମମିତା ମେହେର ମୃତ୍ୟ ଘଟଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ଚେଷ୍ଟା କରୁଛି ପୋଲିସ । ଏପରି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ବିବାଦରେ ଥିବା ଅନ୍ୟ ସମସ୍ତ ତଦନ୍ତକୁ ବାଟବଣା କରିବା ପାଇଁ ପୋଲିସ ବିଭାଗର ନିଜର ନିର୍ଦ୍ଦେଶନମାକୁ ଏଡାଇ ଦିଆଯାଇଛି । ଏସପି, ଡିଜି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ମିଶି ଅଭିଯୁକ୍ତକୁ ଖସାଇବାକୁ ଷଡଯନ୍ତ୍ର କରିଛନ୍ତି । ନିଖୋଜ ହେଲା ପରେ ନିଖୋଜ ବ୍ୟକ୍ତି କିମ୍ବା ମହିଳାଙ୍କ ଫଟୋକୁ ପୋଷ୍ଟର ଆକାରରେ ଲଗାଇବା ସହ ଆଖପାଖ ଥାନାକୁ ସର୍କୁଲେଟ କରାଯିବା କଥା । କିନ୍ତୁ, ଏହି ମାମଲାରେ ପୋଲିସ ଏଭଳି କରିନାହିଁ ।

2013ରେ ପୋଲିସର ଗାଇଡ଼ଲାଇନ ରହିଛି ଯେ, ମହିଳା ବିରୋଧରେ ଯେକୌଣସି ଅପରାଧକୁ ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଥାନାକୁ କେଶ ଦିଆଯିବ । କିନ୍ତୁ, ଏହି ଘଟଣାରେ ସେଭଳି ହୋଇନାହିଁ ।

ନିଶିକାନ୍ତ ଆହୁରି କହିଛନ୍ତି, ଗତ ମାସ 17ରେ ଚର୍ଚ୍ଚା ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଖସିଗଲେ । 19ରେ ମମିତାଙ୍କ ମୃତଦେହ ଉଦ୍ଧାର ହେଲା, ପରେ ଅଭିଯୁକ୍ତକୁ ଗିରଫ କରାଗଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ 12 ଘଣ୍ଟା ଭିତରେ ଏସପି କଣ୍ଟ୍ରୋଲ ରୁମ ଓ ଡିଜି କଣ୍ଟ୍ରୋଲ ରୁମକୁ ଖବର ଦିଆଯିବା କଥା । ହେଲେ ଏକ୍ଷେତ୍ରରେ ଜିଲ୍ଲା ଏସପି ଓ ଡିଜି ମଧ୍ୟ ଘଟଣା ବିଷୟରେ ଅବଗତ ନଥିଲା ଭଳି ମନେ ହେଉଛି । ଅଭିଯୁକ୍ତକୁ ଗିରଫ କରିବା ପରେ 164 ଧାରାରେ ମାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରିବା କଥା । ଯଦି ତାହା ହୋଇନାହିଁ ଅତି ସାଙ୍ଘାତିକ ବୋଲି କହିଛି କଂଗ୍ରେସ । କଂଗ୍ରେସ ଆହୁରି ମଧ୍ୟ ଦାବି କରିଛି ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.