ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ଅହେତୁକ ତୈଳ ଓ ଗ୍ୟାସ ବୃଦ୍ଧିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ । ମୋଦି ସରକାର ଲୋକଙ୍କ ପ୍ରତି ବିଶ୍ଵାସ ଘାତକତା କରିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ନିର୍ବାଚନରେ ଜିତିବା ପରେ ଦେଶରେ ଦର ବୃଦ୍ଧି ହେବା ନେଇ ଦଳ ଅସନ୍ତୁଷ୍ଟ ପ୍ରକାଶ କରିଛି।
ଏଲପିଜି ଦର ବୃଦ୍ଧିକୁ ନେଇ ହାଣ୍ଡିଶାଳରେ ଚଡ଼କ ପଡ଼ିଛି । ଆଉ ଦର ଦାମ ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପ୍ରବଳ ଚାପ ପଡ଼ିଛି ବୋଲି କଂଗ୍ରେସ କହିଛି । ଭାରତ ମାତ୍ର 3 ପ୍ରତିଶତ ପେଟ୍ରୋଲ ଓ ଡିଜେଲ ଋଷରୁ ଆଣୁଛି । ତେଣୁ ଏବେ ଯୁଦ୍ଧ ନାଁରେ ତେଲ ଦର ବଢାଇବା ଏକ ବାହାନା କହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।
ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଭୁଲ ରଣନୀତି ଯୋଗୁଁ ତେଲ ଦର ଏମିତି ମହଙ୍ଗା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । 3 ମାସ ଧରି ଅନ୍ତର୍ଜାତୀୟ ମାର୍କେଟରେ ବ୍ୟାରେଲ ପିଛା ଦର କମ୍ ଥିବା ବେଳେ ଭାରତ ଆମଦାନୀ କରି ପାରିଲା ନାହିଁ। ଅନ୍ୟପଟେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁନାହାନ୍ତି ଓ ଭାଟ୍ ମଧ୍ୟ କମାଉ ନାହାନ୍ତି । ତେବେ ଦରବୃଦ୍ଧି କମ ନହେଲେ ଏପ୍ରିଲରୁ ଏହାର ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବା ପାଇଁ କଂଗ୍ରେସ ଚେତାବନୀ ଦେଇଛି।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ