ETV Bharat / city

ପୁରୀ ଓ ସୁନ୍ଦରଗଡ ହାଜତ ମୃତ୍ୟୁ ମାମଲା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

ପୁରୀ ଓ ସୁନ୍ଦରଗଡ ହାଜତ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ଟାର୍ଗେଟ । ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ହାଜତ ମୃତ୍ୟୁ ମାମଲା
ହାଜତ ମୃତ୍ୟୁ ମାମଲା
author img

By

Published : Nov 20, 2020, 8:49 PM IST

ଭୁବନେଶ୍ବର: ପୁରୀ ଓ ସୁନ୍ଦରଗଡ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରେସ୍‌ମିଟ୍‌ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନରସିଂହ ।

ହାଜତ ମୃତ୍ୟୁ ମାମଲା

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି । ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ସାରା ରାଜ୍ୟରେ ଜଙ୍ଗଲରାଜ ଚାଲିଛି କହି ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ପୁରୀ ଓ ସୁନ୍ଦରଗଡ ହାଜତ ମୃତ୍ୟୁର ଜୁଡିସିଆଲ ତଦନ୍ତ ମଧ୍ୟ ଦାବି କରିଛନ୍ତି ନରସିଂହ ।

ସେହିପରି ଶୁକ୍ରବାର ବିଧାନସଭା ଆରମ୍ଭ ହେଲା, ମୁଖ୍ୟମନ୍ତ୍ରୀ ଗୃହରେ ରହି ବକ୍ତବ୍ୟ ରଖିପାରିଥାନ୍ତେ ବା ଘରେ ରହି ବକ୍ତବ୍ୟ ରଖିପାରିଥାନ୍ତେ । ଯଦି ତାହା ହୋଇଥାନ୍ତା ଆଜି ଗୃହରେ ଏଭଳି ପରିସ୍ଥିତି ହୋଇନଥାନ୍ତା ବୋଲି ସେ ଦର୍ଶାଇଛନ୍ତି ।

ଦୁଇ ଦୁଇଟି ହାଜତ ମୃତ୍ୟୁ । ପୁରୀରେ ପୋଲିସ ବକ୍ତବ୍ୟ ଗ୍ରହଣୀୟ ହେଉନି । ଲୋକେ ଗ୍ରହଣ କରି ପାରୁନାହାନ୍ତି । ସୁନ୍ଦରଗଡ ଓ ପୁରୀ ଏସପି କହିଛନ୍ତି ଯେ ମାନବଧିକାର ଆଇନ ଅନୁଯାଇ ତଦନ୍ତ ହେବ । ଆମେ କୋର୍ଟକୁ ଲେଖିଛୁ ଜୁଡ଼ିସିଆଲ ତଦନ୍ତ ହେବ । ଯାହା ଲୋକଙ୍କ ଦ୍ବାରା ଗ୍ରହଣୀୟ ହେବ । ତେବେ ଆମେ ପ୍ରଶ୍ନ କରିଛୁ ଯେପର୍ଯ୍ୟନ୍ତ ପୋଲିସ ଅଧିକାରୀ ସେ ଜାଗାରୁ ନ ବଦଳିବେ ତାଙ୍କୁ ସସପେଣ୍ଡ ନକରାଯିବ । କିଭଳି ନିରପେକ୍ଷ ତଦନ୍ତ ହେବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହାଜତ ମୃତ୍ୟରେ ପୋଲିସ ମୃତଦେହ ଦେଲାନି । ନିଜେ ଦାହ କରିଦେଲେ । ଧାରା 21 ଅନୁସାରେ ସମସ୍ତଙ୍କ ବଞ୍ଚିବାର ଅଧିକାର ଅଛି । ମୃତ୍ୟୁବ୍ୟକ୍ତିର ମଧ୍ୟ ସେ ଅଧିକାର ଅଛି । ହେଲେ ସେ ଅଧିକାର ମୃତ ବ୍ୟକ୍ତିକୁ ମିଳିଲାନି । ଏପରି ଉତ୍ତରପ୍ରଦେଶରେ ହୋଇଥିଲା । ରାଜ୍ୟରେ ଯେଉଁ ଅଫିସର ଏଥିରେ ସାମିଲ ଅଛନ୍ତି ଆମର ଦାବି ତାଙ୍କ ବିରୋଧରେ ସରକାର ତୁରନ୍ତ କର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।

ସେହିପରି ପାଟଣାଗଡ଼ରେ ଗୋଟିଏ ଘରେ 6 ଜଣଙ୍କୁ ହତ୍ୟା କରାଗଲା । ମୋ ଓକିଲ ଜୀବନରେ ଏଭଳି ଘଟଣା ବିଷୟରେ ମୁଁ କେବେ ଶୁଣିନି । ଏସପି କହିଛନ୍ତି ଏହି ଷଡଯନ୍ତ୍ର ବହୁ ଦିନର । ଯେଉଁଠି ଷଡଯନ୍ତ୍ର ଥିଲା ପୋଲିସ କେମିତି ଜାଣିପାରିଲାନି । ପୋଲିସ ଗୁଇନ୍ଦା ବିଭାଗ ଫେଲ ବୋଲି ନରସିଂହ କହିଛନ୍ତି ।

ଅନ୍ୟପଟେ କଟକରେ ହୋଇଥିବା ଲୁଟ୍‌କୁ ନେଇ ମଧ୍ୟ ସେ ସରକାରଙ୍କୁ ଘେରିଛନ୍ତି । ସେପଟେ ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୋଲିସ ଡିଜିଙ୍କୁ ଡକାଗଲା, ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ନୁହଁନ୍ତି ।ପଶ୍ଚିମ ଓଡିଶାରେ ଠକେଇ ବଢ଼ିଲାଣି । ନିରୀହ ଲୋକଙ୍କୁ ଠକାଯାଉଛି । ଏଭଳି ଅନେକ ପ୍ରସଙ୍ଗ ଉଠାଇ ଆଜି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ନରସିଂହ ।

ବେକାରୀ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି । 6 ବର୍ଷ ହେଲା ଶିକ୍ଷା ବିଭାଗର ନିଯୁକ୍ତି ନାହିଁ । ବେକାର ପିଲା ଡ୍ରଗସ ଅଭ୍ୟସ୍ତ ହେଲେଣି । ମାଇନିଂ କମ୍ପାନୀ 36 ହଜାର କୋଟି ଲୁଟ କରିଛନ୍ତି ବୋଲି କହିଛନ୍ତି ସେ ।

ସେହିପରି କୋଭିଡ ଦ୍ବାହି ଦେଇ ସ୍ବେଚ୍ଛାଚାରିତା ବଢିଛି । ମନମୁଖୀ ଶାସନ ଚାଲିଛି ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଏହାସହ ଧାନ କିଣାରେ ଦୁର୍ନୀତି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ନରସିଂହ । କୃଷି ଆଇନକୁ ନେଇ ସରକାରଙ୍କୁ ସେ ଘେରିବା ସହ ବିଜେପି ଓ ବିଜେଡି ମିଶିକି ଅଛନ୍ତି । ଉଭୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ସେ କହିଛନ୍ତି ।

ତେବେ ଆଇନଶୃଙ୍ଖଳା, ଦୁର୍ନୀତି, କୃଷି, ବେକାରୀ ଏସବୁ ବିଷୟରେ ଆଲୋଚନା ହେଉ । ଯାହା ଉପରେ ଆଜି ଆମେ ଆଲୋଚନା ଚାହୁଁଥିଲୁ ହେଲେ ସେମାନେ ବୁଝିପାରିଲେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.