ଭୁବନେଶ୍ବର : ଆମାଜନ ଲାଞ୍ଚ ଘଟଣାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ବିଜେପିର କାର୍ଯ୍ୟକାଳରେ ଭ୍ରଷ୍ଟାଚାର ଓ ଦରବୃଦ୍ଧି ବଢ଼ି ଚାଲିଛି । ଆମାଜନ ଲାଞ୍ଚ କାରବାର ଉପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଓଡିଶା କଂଗ୍ରେସ ଭବନରେ ରାଜ୍ୟସଭା ସାଂସଦ ତଥା ଏଆଇସିସି ଇନଚାର୍ଜ ରଜନୀ ପାଟିଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ଆମାଜନ ଦ୍ବାରା ଯେଉଁ ଆକ୍ରମଣ ହୋଇଛି ବହୁ ଛୋଟ ବ୍ୟବସାୟୀଙ୍କ ଦୋକାନ ବନ୍ଦ ହୋଇଯାଇଛି । 14 କୋଟି ଲୋକ ଦୁଇ ତିନି ବର୍ଷରେ ବେରୋଜଗାର ହୋଇଯାଇଛନ୍ତି । ଅନ୍ୟପଟେ ବିଜେପି ନେତା ଆମାଜନଠାରୁ 8546 କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି । ଫିଉଚର ଗ୍ରୁପ ସହ ଆମାଜନର ବିବାଦ ପରେ ଇ କମର୍ସ ଆଇନର ସଂଶୋଧନ ପାଇଁ ଆମଜାନ 8546 କୋଟି ଟଙ୍କା ଦେଇଥିଲା । ସେହି ଟଙ୍କା ଭାରତ ସରକାରର ଉଚ୍ଚ ପଦସ୍ତ ଅଧିକାରୀ ଓ ବିଜେପି ନେତା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ସାଂସଦ ।
ପ୍ରକାଶ ଯେ, ଇନଫୋସିସ୍ ପରେ ଆମାଜନ ଉପରେ ଲାଞ୍ଚ ଦେବା ଅଭିଯୋଗ ଆସିଛି । ଆମାଜନ ଅନେକ ପ୍ରକ୍ସି ସଂସ୍ଥା ପ୍ରତିଷ୍ଠା କରିଛି ଓ ଖବର ଅନୁଯାୟୀ ଏହା ତାଙ୍କ ସପକ୍ଷରେ ନୀତି ପାଇଁ କୋଟି କୋଟି ଟଙ୍କା ଲାଞ୍ଚ ବଣ୍ଟନ କରିଛି।
* ଅଧୁରା ଯୋଜନା ଏବଂ ଭୁଲ ନିଷ୍ପତ୍ତିରେ ଲକଡାଉନ ଲାଗୁ କରିବା ଯୋଗୁଁ ଲୋକମାନଙ୍କ ମୃତ୍ୟୁର କାରଣ ହେଲା ।
*କଂଗ୍ରେସ ଜିଏସଟି ସୁଚାରୁ ରୂପେ ଆଣିବାକୁ ଚାହୁଁଥିଲେ, କିନ୍ତୁ ବିଜେପି ଏତେ ସ୍ଲାବ ଆଣିଲେ ଯାହା ଫଳରେ କ୍ଷୁଦ୍ର ବ୍ୟବସାୟୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
* ଲଖିମପୁର ଖିରୀ ପ୍ରିୟଙ୍କା ଗାନ୍ଧୀ ସାନ୍ତନା ଦେବାକୁ ଯାଇଥିଲେ କିନ୍ତୁ ବିଜେପି ସରକାର ଅଟକ ରଖି ଗିରଫ କରିଛନ୍ତି । ସେହିପରି ହାଥରସରେ ମଧ୍ୟ ସମାନ ଘଟଣା ଘଟିଥିଲା ।
ବର୍ତ୍ତମାନର କେନ୍ଦ୍ର ସରକାର ସମୟରେ ଜିଏସଟି, ତିନି କଳା କୃଷକ ଆଇନ, ହାଥରସ ଭଳି ଘଟଣା ଘଟୁଛି । ଉତ୍ତରପ୍ରଦେଶର ଲଖିମପୁର ଖେରୀ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଜଣେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନରେ ନେଇ ଲୋକଙ୍କ ଉପରେ ଗାଡି ଚଢାଇଛନ୍ତି । ଯାହା ଦେଶରେ ଆଇନ ଶୃଙ୍ଖଳା ପ୍ରତି ପ୍ରଶ୍ନ ଚିହ୍ନ ଉଠାଇଛି ବୋଲି କହିଛନ୍ତି । ବିଜେପିରେ ମୁଣ୍ଡରେ ରହିଛି କ୍ଷମତା ଗର୍ବ ଯାହାକୁ ଦେଶବାସୀ ଖୁବଶୀଘ୍ର ଜବାବ ଦେବେ । ଦେଶକୁ ବଞ୍ଚାଇବାକୁ ସମୟ ଆସିଛି ଏବଂ ଦେଶକୁ ସବୁବେଳେ କଂଗ୍ରେସ ବଞ୍ଚାଇଥାଏ । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ସିପାହୀ ହୋଇ ଆଗରେ ଠିଆ ହୋଇଥାନ୍ତି ବୋଲି କଂଗ୍ରେସ ସାଂସଦ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ