ETV Bharat / city

Punjab Election: ରାହୁଲଙ୍କ ନିଷ୍ପତିକୁ ସ୍ବାଗତ କଲା ଦଳ

author img

By

Published : Feb 12, 2022, 8:49 PM IST

ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଦଳିତ ନେତା ଚରଣଜିତ ସିଂ ଚନିଙ୍କ ନାମ ଘୋଷଣାକୁ​ ସ୍ୱାଗତ । ଏହାସହ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛି ଦଳ । ଅଧିକ ପଢନ୍ତୁ

Punjab Election : ରାହୁଲଙ୍କ ନିଷ୍ପତିକୁ ସ୍ବାଗତ କଲା ଦଳ

ଭୁବନେଶ୍ବର: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଦଳିତ ନେତା ଚରଣଜିତ ସିଂ ଚନିଙ୍କ ନାମ ଘୋଷଣାକୁ​ ସ୍ୱାଗତ । ଏହାସହ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛି ଦଳ । ଦେଶ ସ୍ୱାଧୀନତା ପରଠାରୁ କଂଗ୍ରେସ ଦଳ ସର୍ବଦା ସମାଜର ତଳସ୍ତରରେ ଥିବା ଦଳିତ ଓ ନିସ୍ପେଷିତ ଜନସାଧାରଣଙ୍କର ଉନ୍ନତି ନିମନ୍ତେ ସର୍ବଦା ତତ୍ପରତା ପ୍ରକାଶ କରି ଆସିଛି ।

ଶାସନରେ ଥିବା ସମୟରେ କଂଗ୍ରେସ ଗୁରୁତ୍ୱ ପ୍ରଦାନ କରି ସେମାନଙ୍କର ଆର୍ଥିକ, ସାମାଜିକ ଓ ​ରାଜନୈତିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି ଏହାକୁ କାର୍ଯ୍ୟକାରୀ କରିଛି । ନିକଟରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଚରଣଜିତ ସିଂ ଚନିଙ୍କ ନାମ ଘୋଷଣା କରି ଦଳିତ ବର୍ଗ ପ୍ରତି ଥିବା କଂଗ୍ରେସର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେଥିନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ଘୋଷଣାକୁ ସ୍ୱାଗତ କରାଯାଇ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦିଆଯାଇଛି ।

ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ୧୫ ତାରିଖ( ମଙ୍ଗଳବାର) ଦିବା ୧୧ ଟା ସମୟରେ ନବରଙ୍ଗପୁର ଠାରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ​ ଜନଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ, ​ ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ଓ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ସେଖ ଜିଆଉଲ ହକଙ୍କ ତତ୍ୱାବଧାନରେ ଏକ ସମାବେଶ ଅନୁଷ୍ଠିତ ହେବ ।

ଏହାବି ପଢନ୍ତୁ : Panchayat Election: ୩୬ ଘଣ୍ଟା ପୂର୍ବରୁ ବାଜିବନି ପ୍ରଚାର ଗୀତ, ସନ୍ଧ୍ୟା ୭ ପରେ ରହିବେନି ବାହାର ଲୋକ

ଏହି ସମାବେଶରେ ବିପୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି ।​ ​ ​ବିଜେପି ଓ ବିଜେଡ଼ି ଶାସନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶ ଓ ସୁରକ୍ଷାକୁ ଉପେକ୍ଷା କରାଯାଉଛି । ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଉପରୋକ୍ତ ବର୍ଗର ଜନସାଧାରଣଙ୍କୁ କେତେ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ ।

ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ତରଫରୁ ଦାୟର ହୋଇଥିବା କେସକୁ ଭାରତର ସର୍ବୋଚ୍ଚ ନ୍ୟାୟଳୟ ଏହାର ଅସଂଗତିକୁ ହୃଦୟଙ୍ଗମ କରି ଏ ସମ୍ପର୍କରେ କୌଣସି ବାଛ ବିଚାର ନ କରିବାକୁ ରାୟ ପ୍ରକାଶ କରିଥିଲେ । ସେଥିପାଇଁ ଏହି ରାୟକୁ ପିସିସି ​ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସ୍ୱାଗତ କରିବା ସହିତ ଉଚ୍ଚତମ ନ୍ୟାୟଳୟଙ୍କୁ ଧନ୍ୟବାଦ ଦିଆଯାଇଛି । ଏହି ରାୟକୁ ଠିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.