ETV Bharat / city

ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ସୁରଙ୍କୁ ତିର୍ତ୍ତୋଲ ଦାୟିତ୍ୱ

author img

By

Published : Jul 13, 2020, 4:54 PM IST

Updated : Jul 13, 2020, 9:08 PM IST

ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ତିର୍ତ୍ତୋଲ ଦାୟିତ୍ଵ ସୁର ରାଉତରାୟଙ୍କୁ ଦିଆଯାଇଛି । ଅଧିକ ପଢନ୍ତୁ...

Congress prepares for by-elections
ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ବର: ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସର । ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ତିର୍ତ୍ତୋଲ ଦାୟିତ୍ଵ ସୁର ରାଉତରାୟଙ୍କୁ ଦିଆଯାଇଛି ।

ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି, ସୁରଙ୍କୁ ତିର୍ତ୍ତୋଲ ଦାୟିତ୍ୱ

ଏହି ଅବସରରେ ସୁର କହିଛନ୍ତି ଯେ ତିର୍ତ୍ତୋଲ ପାଇଁ ଦୁଇ ଜଣ ଆବେଦନ କରିଛନ୍ତି । ଧନ ନଥିଲେ ଟିକେଟ ନାହିଁ । ବିଜେପି-ବିଜେଡି ମିଶିକି ଅଛନ୍ତି, ଏକଥା ଲୋକେ ମଧ୍ୟ ଜାଣିଛନ୍ତି । ଆମେ ଅମାନତ ହରାଇବୁ ନାହିଁ, ଜିତିବୁ ବୋଲି କହିଛନ୍ତି । ଏହାସହ ଦୁଇ ଉପନିର୍ବାଚନ ପାଇଁ କଂଗ୍ରେସର କମିଟି ଗଠିତ ହୋଇଛି । କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ।

ସେହିପରି ବାଲେଶ୍ବର ଦାୟିତ୍ଵ ତାରା ବାହିନୀପତିଙ୍କୁ ଦିଆଯାଇଛି । ଖୁବ୍ ଶୀଘ୍ର କମିଟି ସଦସ୍ୟ ଅଞ୍ଚଳ ଗସ୍ତ କରି ଟିକେଟ କିଏ ପାଇବ, କିଭଳି ବିଜେପି ଓ ବିଜେଡିକୁ ଟକ୍କର ଦେବ ତାର ରଣନୀତି ପ୍ରସ୍ତୁତ ଚାଲିଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Last Updated : Jul 13, 2020, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.