ETV Bharat / city

Municipal Election: କଂଗ୍ରେସର ପ୍ରସ୍ତୁତି ବୈଠକ - ଭୁବନେଶ୍ବର ମହାନଗର ନିର୍ବାଚନ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ

କଂଗ୍ରେସର ପୌର ପ୍ରସ୍ତୁତି । ବସିଲା କର୍ମୀ ବୈଠକ। ଭୁବନେଶ୍ବର ଜିଲ୍ଲା କଂଗ୍ରେସର ଭୁବନେଶ୍ବର ମହାନଗର ନିଗମ ପାଇଁ ଆଜି ଭୁବନେଶ୍ଵର ଜିଲ୍ଲା ସଭାପତି ବିଶ୍ଵଳିତ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଡକାଯାଇଥିଲା । ଅଧିକ ପଢନ୍ତୁ

କଂଗ୍ରେସର ପ୍ରସ୍ତୁତି ବୈଠକ
କଂଗ୍ରେସର ପ୍ରସ୍ତୁତି ବୈଠକ
author img

By

Published : Feb 28, 2022, 10:52 PM IST

ଭୁବନେଶ୍ବର: କଂଗ୍ରେସର ପୌର ପ୍ରସ୍ତୁତି । ବସିଲା କର୍ମୀ ବୈଠକ। ଭୁବନେଶ୍ବର ଜିଲ୍ଲା କଂଗ୍ରେସର ଭୁବନେଶ୍ବର ମହାନଗର ନିଗମ ପାଇଁ ଆଜି ଭୁବନେଶ୍ଵର ଜିଲ୍ଲା ସଭାପତି ବିଶ୍ଵଳିତ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଡକାଯାଇଥିଲା ।

କଂଗ୍ରେସର ପ୍ରସ୍ତୁତି ବୈଠକ

ବୈଠକରେ ପ୍ରଦେଶ କଂଗ୍ରେ ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତା ମହାନଗର ନିର୍ବାଚନକୁ ଅତି ଗୁରୁତ୍ଵର ସହିତ ନେଇ ଜିତିବାର ମନୋବଳ ନେଇ ଲଢେଇ କରିବାପାଇଁ ବୈଠକରେ ପରାମର୍ଶ ଦେଇଥିଲେ । ଏହାସହ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ କଂଗ୍ରେସ କର୍ମୀ, ନେତୃବୃନ୍ଦ ତଥା ସମସ୍ତ ଛାମୁଆ ସଂଗଠନର ଅଧ୍ୟକ୍ଷ ଓ ପଦାଧିକାରୀମାନେ ମିଳିତ ଭାବରେ ମନପ୍ରାଣ ଦେଇ ପ୍ରାର୍ଥୀ ମାନଙ୍କ ସପକ୍ଷରେ ଦ୍ଵାର ଦ୍ଵାର ବୁଲି ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା କଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଆମ ସମସ୍ତଙ୍କୁ ଏକ ହୋଇ ଆପ୍ରାଣ ଉଦ୍ୟମ କରିବାକୁ ପଡିବ । ଏହାସହ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ ବୈଠକୁ ସମ୍ବୋଧନ କରି କହିଥିଲେ ଭୁବନେଶ୍ଵର ସହରାଞ୍ଚଳରେ ରହୁଥିବା ସମସ୍ତ ନେତୃବୃନ୍ଦଙ୍କୁ କଂଗ୍ରେସ ପତାକାର ସ୍ବାର୍ଥକୁ ରକ୍ଷାକରି ଲଢିବାକୁ ପଡିବ ।

ସେହିପରି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଳ କହିଥିଲେ ଛାତ୍ର ନେତୃବୃନ୍ଦମାନେ ପ୍ରତ୍ୟେକ ପରିସ୍ଥିତିକୁ ଏଥର ସାମନା କରିବାକୁ ପ୍ରସ୍ତୁତ । ଭ୍ରଷ୍ଟାଚାରୀ ମାନଙ୍କୁ ଏଥର ଭୁବନେଶ୍ବର ମହାନଗର ନିଗମ ନିର୍ବାଚନରେ କଡା ଜବାବ ଦିଆଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.