ETV Bharat / city

PCC Race: ଆସିଲା ଡାକରା, ଦିଲ୍ଲୀ ଗଲେ ବିଧାୟକ

author img

By

Published : May 7, 2022, 9:40 PM IST

ଓଡିଶା ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ । ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଫୋନ ଯୋଗେ ଡାକରା ଆସିବା ପରେ ଦିଲ୍ଲୀ ଯାଇଛନ୍ତି କିଛି କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

PCC Race: ଆସିଲା ଡାକରା, ଦିଲ୍ଲୀ ଗଲେ ବିଧାୟକ
PCC Race: ଆସିଲା ଡାକରା, ଦିଲ୍ଲୀ ଗଲେ ବିଧାୟକ

ଭୁବନେଶ୍ବର: ବାରମ୍ବାର ନିର୍ବାଚନରେ ବିଫଳତା ପରେ ପୁରା ସାଂଗଠନକି ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସ (Odisha Congress) ର ଆରମ୍ଭ ହୋଇଛି କସରତ । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଦିଲ୍ଲୀରୁ ଆସିଛି ଡାକରା । ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଫୋନ ଯୋଗେ ଡାକରା ଆସିବା ପରେ ଦିଲ୍ଲୀ ଯାଉଛନ୍ତି କିଛି କଂଗ୍ରେସ ବିଧାୟକ ।

ସଂଗଠନ ସୁଦୃଢ଼ ହେବ, ତୃଣମୂଳ ସ୍ତରରୁ ସାଙ୍ଗଠନିକ ଘର ସଜଡ଼ା ଆରମ୍ଭ ହେବ । ଦଳୀୟ ଆମୂଳଚୂଳ ପରିବର୍ତ୍ତନ ହେବ । ଏକ ଟାଣୁଆ ନେତୃତ୍ବ ଓଡିଶା କଂଗ୍ରେସ ପାଇବ । ଏ ନେଇ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଫୋନ ଯୋଗେ ଡାକରା ଆସିଥିଲା । 18 ଜଣ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ବିଧାୟକ, ପିସିସି ବରିଷ୍ଠ କର୍ମକର୍ତ୍ତା, ପୂର୍ବତନ ପିସିସି ସଭାପତିମାନେ ଦିଲ୍ଲୀ ଯାଇ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ । ଖାଲି ନୂଆ ପିସିସି ସଭାପତି ରାଜ୍ୟକୁ ମିଳିବ ତା ନୁହେଁ ବିଧାୟକ ଦଳ ନେତା ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କାରଣ ନରସିଂହ ମିଶ୍ର ପୂର୍ଵରୁ ଇସ୍ତଫା ଦେଇଛନ୍ତି ।

ସେପଟେ କିଛି ଦିନ ପୂର୍ବରୁ କଂଗ୍ରେସ ରାଜ୍ୟ ପ୍ରଭାରୀ (Odisha congress in charge) ଓଡିଶା ଗସ୍ତରେ ଆସି ସମସ୍ତ ବିଧାୟକ, ପୂର୍ବତନ ସଭାପତି, ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ନେତାଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । କଂଗ୍ରେସ ଭବନ (Congress Bhawan) ରେ ଏହି ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା ବେଳେ ଦଳର ସମସ୍ତ ବରିଷ୍ଠ, କନିଷ୍ଠ ନେତାଙ୍କ ସମେତ ସମସ୍ତ ଛାମୁଆ ସଂଗଠନର ମୁଖିଆ ମଧ୍ୟ ସାମିଲ ହୋଇଥିଲେ। ପ୍ରଭାରୀ ଚେଲ୍ଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ଦଳର ସମସ୍ତ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ବୈଠକ ପରେ ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହୋଇପାରେ ବୋଲି କହିଥିଲେ ପ୍ରଭାରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.