ETV Bharat / city

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ତାରାଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି - ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା

ନୀଳଗିରିରେ ଚିକିତ୍ସାଧୀନ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା । ହାବିଲଦାରଙ୍କ ନିଲମ୍ବନ ପରେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ତାରାଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Apr 8, 2022, 7:06 PM IST

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଗିରଫ ଓ ନିର୍ଯାତନା ଘଟଣା । ଗଣମାଧ୍ୟମ ପ୍ରତିନିଧିଙ୍କୁ ଅମାନବୀୟ ବ୍ୟବହାର ଯୋଗୁଁ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ ଯଥାର୍ଥ ନୁହେଁ ବୋଲି ଯୁକ୍ତି ବାଢିଲା କଂଗ୍ରେସ । ଏଥିରେ ସମ୍ପୃକ୍ତ ଥିବା ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି ।

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ତାରାଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

କାହିଁକି ନା କୌଣସି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଏପରି ବେଆଇନ୍ କାର୍ଯ୍ୟ ହାବିଲଦାର ସମ୍ପାଦିତ କରିପାରିବେ ନାହିଁ । ଏଣୁ ଉପରିସ୍ଥ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗଣତନ୍ତ୍ରର ଚତୁର୍ଥ ପ୍ରହରୀ ହୋଇ ସାମ୍ବାଦିକ ମାନେ ସବୁବେଳେ କାର୍ଯ୍ୟ କରୁଛନ୍ତି । ତାଙ୍କ କ୍ଷେତ୍ରରେ ଏଭଳି ଅଭାବନୀୟ ଘଟଣା ଆଦୌ ଗ୍ରହଣୀୟ ନୁହେଁ । ଏହାର ସଠିକ ତଦନ୍ତ କରାଯାଉ ବୋଲି ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି ।

ତେବେ ସୂଚନା ଥାଉ କି ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝାସୁଝା କରି ସମାଧାନ କରିଥିଲା ବେଳେ ବୁଧବାର ସକାଳେ ହଠାତ ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

ଏବେ ଉକ୍ତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ରକ୍ତଚାପ ଓ ଡାଇବେଟିସ ବୃଦ୍ଧି ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାରେ ନୀଳଗିରି ଆଇଆଇସିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ତାଙ୍କୁ ହେଡକ୍ବାର୍ଟରକୁ ଟ୍ରାନ୍ସଫର କରାଯାଇଛି । ଆଇଆଇସିଙ୍କ ସହ ତଦନ୍ତକାରୀ ଅଧିକାରୀଙ୍କୁ ବି ଟ୍ରାନ୍ସଫର କରାଯାଇଛି । ତଦନ୍ତ ଶେଷ ହେବା ଯାଏଁ ଆଇଆଇସି ହେଡକ୍ବାର୍ଟରରେ ରହିବେ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.