ETV Bharat / city

ଅର୍ଚ୍ଚନା ନାଗ ମାମଲା: ବହୁ ବିଜେପି ଓ ବିଜେଡି ନେତା ସାମିଲ, ପୋଲିସ ସ୍ଥାଣୁ ପାଲଟିଛି କହିଲେ ତାରା

ଅର୍ଚ୍ଚନା ନାଗ ମାମଲାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରତିକ୍ରିୟା । ବିଜେଡି ଓ ବିଜେପିର ବହୁ ନେତାଙ୍କ ସଂପୃକ୍ତି ସାମ୍ନାକୁ ଆସୁଥିବାରୁ ପୋଲିସ ସ୍ଥାଣୁ ହୋଇଯାଇଥିବା ଅଭିଯୋଗ । କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବୋଲି କହିଛନ୍ତି ତାରା । ଅଧିକ ପଢ଼ନ୍ତୁ

author img

By

Published : Oct 18, 2022, 7:21 PM IST

ଅର୍ଚ୍ଚନା ନାଗ ମାମଲା: ବହୁ ବିଜେପି ଓ ବିଜେଡି ନେତା ସାମିଲ, ପୋଲିସ ସ୍ଥାଣୁ ପାଲଟିଛି କହିଲେ ତାରା
ଅର୍ଚ୍ଚନା ନାଗ ମାମଲା: ବହୁ ବିଜେପି ଓ ବିଜେଡି ନେତା ସାମିଲ, ପୋଲିସ ସ୍ଥାଣୁ ପାଲଟିଛି କହିଲେ ତାରା

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାକୁ ନେଇ ରାଜ୍ୟରେ ଦିନକୁ ଦିନ ବଢ଼ୁଛି ରାଜନୈତିକ ଉଷ୍ମତା । ତେବେ ଏହି ମାମଲାରେ ଏବେ ପ୍ରକତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହା ଏକ ବଡ଼ ସେକ୍ସ ସ୍କାଣ୍ଡାଲ ଏବଂ ଏଥିରେ ଜାପାନ ଓ ଲଣ୍ଡନରୁ ମଧ୍ୟ ଝିଅ ଆସିଥିବା ଅଭିଯୋଗ କରିଛନ୍ତି ତାରା । ତେବେ ଏହା ଅଞ୍ଜନା ମିଶ୍ର ମାମଲା ଠାରୁ ମଧ୍ୟ ଅଧିକ ସାଙ୍ଘାତିକ ବୋଲି ସେ କହିଛନ୍ତି ।

ଅର୍ଚ୍ଚନା ନାଗ ହନିଟ୍ରାପ(Archana Nag Scandal) ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହି ଲେଡି ବ୍ଲାକମେଲର ସହ ପାୱାର କରିଡରର ଲିଙ୍କ୍‌ ଥିବା ଅଭିଯୋଗ ହେଉଥିବାବେଳେ, ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅନେକ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିଲେ । ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଅନେକ ସରାକାରୀ ଅଧିକାରୀଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ପରେ ପାଓ୍ବାର କରିଡରରେ କମ୍ପନ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ: Archana Scandal: ଅଶ୍ବିନୀ ପାତ୍ର କହିଲେ ଅର୍ଚ୍ଚନା ଅଳିଆ ଗଦା, ଯିଏ ନିଆଁ ଖାଇଛି ସେ ଅଙ୍ଗାର

କିଭଳି ବଡ଼ ବଡ଼ ନେତା ଓ ବିତ୍ତଶାଳି ଅର୍ଚ୍ଚନା ନାଗ ଫାଶରେ ପଡ଼ୁଥିଲେ ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ତେବେ କେବଳ ବିଜେଡିର ନେତା ଓ ମନ୍ତ୍ରୀ ନୁହେଁ, ବିଜେପିର ମଧ୍ୟ ଗଣ୍ଡା ଗଣ୍ଡା ନେତା ଅର୍ଚ୍ଚନା ଲିଙ୍କରେ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଏହା ମଧ୍ୟ ପଢ଼ନ୍ତୁ...ଅର୍ଚ୍ଚନା ନାଗ ମାମଲାରେ ଆଗକୁ ଯାଉନି ତଦନ୍ତ, ପୋଲିସ ଉପରେ ଚାପ ପକାଉଛି ବିଜେଡି :କଂଗ୍ରେସ

ଏନେଇ ତାରା କହିଛନ୍ତି, "ଅର୍ଚ୍ଚନା ନାଗ ମାମଲାରେ ବିଜେପି ଓ ବିଜେଡିର ବହୁ ନେତାଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି । ବର୍ତ୍ତମାନ ମନ୍ତ୍ରୀ, ବିଧାୟକ ଓ ପ୍ରାଶାସନିକ ଅଧିକାରୀଙ୍କ ସଂପୃକ୍ତି ଆସୁଥିବାରୁ ପୋଲିସ ସ୍ଥାଣୁ ହୋଇ ଯାଇଛି । ଛୋଟ ଛୋଟ ପ୍ରସଙ୍ଗରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରୁଛି । ଅର୍ଚ୍ଚନା ଘଟଣାରେ ୭୦ କୋଟି ଟଙ୍କାର ସ୍କାମ ହୋଇଥିଲେ ମଧ୍ୟ ପୋଲିସ ଗୋଟିଏ ବି ପ୍ରେସମିଟ କରୁନି କି ତଥ୍ୟ ରଖୁନି ।"

ଏହା ମଧ୍ୟ ପଢନ୍ତୁ: Archana Scandal: CBI ତଦନ୍ତ ଦାବି ଦୋହରାଇଲା ବିଜେପି

ତେବେ ଏହି ଘଟଣାକୁ ଅଞ୍ଜନା ମିଶ୍ର ମାମଲା ସହ ତୁଳନା କରିଛନ୍ତି ବିଧାୟକ ତାରା ବାହିନୀପତି । ସେ କହିଛନ୍ତି, "ଅଞ୍ଜନା ମିଶ୍ର ମାମଲା ଠାରୁ ଢେର୍ ଗୁଣରେ ସାଙ୍ଘାତିକ ଅର୍ଚ୍ଚନା ମାମଲା । ତେବେ ଏନେଇ ଏସଆଇଟି ଗଠନ କରାଯାଇ ହାଇକୋର୍ଟଙ୍କ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯାଉ । ସରକାର ସମ୍ପୂର୍ଣ ତଥ୍ୟ ରଖିବା ଆବଶ୍ୟକ ।" ତେବେ ସରକାର ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରିଛନ୍ତି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବୋଲି କହିଛନ୍ତି ତାରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.