ଭୁବନେଶ୍ବର: ମହାନଦୀରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କାରିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା । ସୁର କହିଛନ୍ତି ଟୁଡୁ କଣ ପୃଥିବୀର ଜଳସେଚନ ମନ୍ତ୍ରୀ । ସାଧାରଣ ଜ୍ଞାନ ତାଙ୍କର ନାହିଁ । ତାଙ୍କ ରାଜ୍ୟ ପାଇଁ ତାଙ୍କର ଦୁଃଖ ନାହିଁ । ଛତିଶଗଡ ପାଣି ନେଇଗଲାଣି । ସିଏ ଏଠି ଅଯଥାରେ ରାଜନୀତି କରୁଛନ୍ତି ।
ବିଶେଶ୍ବର ଟୁଡୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ । ସିଏ ଚାହିଁଲେ କେନ୍ଦ୍ର ସରକାରଙ୍କ ଅନୁଦାନରେ ସାଙ୍ଗେ ସାଙ୍ଗେ ବ୍ୟାରେଜ ନିର୍ମାଣ କରିପାରିବେ ବୋଲି ସୁର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ