ETV Bharat / city

ଚାକିରୀରେ ବୟସ ସୀମା ବୃଦ୍ଧି ନେଇ ନବୀନଙ୍କୁ ଧନ୍ୟବାଦ ଦେଲେ ସୁର - ନବୀନଙ୍କୁ ଧନ୍ୟବାଦ ଦେଲେ ସୁର

ସରକାରୀ ଚାକିରୀରେ ବୟସ ସୀମା ବୃଦ୍ଧି (Odisha cabinet approve increase of service age) ପ୍ରସଙ୍ଗରେ ନବୀନ ସରକାରଙ୍କୁ ଧନ୍ୟବାଦ ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ (Congress MLA Suro Routray) । ଗତକାଲି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ଚାକିରୀରେ ବୟସ ସୀମା ବୃଦ୍ଧିକୁ ନେଇ ନବୀନଙ୍କୁ ଧନ୍ୟବାଦ ଦେଲେ ସୁର

author img

By

Published : Jan 11, 2022, 6:45 PM IST

ଭୁବନେଶ୍ବର: ଗତକାଲି କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଚାକିରୀରେ ସାଧାରଣ ବର୍ଗଙ୍କ ପାଇଁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସରକାରୀ ଚାକିରୀରେ ବୟସ ବୃଦ୍ଧି (Odisha cabinet approve increase of service age) ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ (Congress MLA Suro Routray) ।

ଚାକିରୀରେ ବୟସ ସୀମା ବୃଦ୍ଧିକୁ ନେଇ ନବୀନଙ୍କୁ ଧନ୍ୟବାଦ ଦେଲେ ସୁର

ରାଜ୍ୟରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ସୁଯୋଗ ଦେବା ପାଇଁ ନବୀନ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଚାକିରୀରେ ସାଧାରଣ ବର୍ଗ ପାଇଁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସୁର କହିଛନ୍ତି ଯେ ଏହା ମୁଖ୍ୟମନ୍ତ୍ରୀଙ୍କ ଗୋଟେ ଭଲ ନିଷ୍ପତ୍ତି । ଏହି ନିଷ୍ପତ୍ତି ଯୋଗୁଁ ବହୁ ବେକାରୀ ଯୁବକ ଓ ଯୁବତୀ ଚାକିରୀ କରିବାର ସୁଯୋଗ ପାଇବେ। ଆଦିବାସୀ ଓ ହରିଜନଙ୍କ ପାଇଁ ମଧ୍ୟ ବୟସ ସୀମାକୁ ବୃଦ୍ଧି କରାଯାଇଥିବାରୁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି।

Cabinet Meeting: ୧୨ ପ୍ରସ୍ତାବକୁ ମଞ୍ଜୁରୀ, ଚାକିରୀ ବୟସ ସମୟ ସୀମା ୩୨ରୁ ୩୮କୁ ବୃଦ୍ଧି

ସେହିପରି ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ଚାକିରୀ ବୟସ ସୀମା ୪୩କୁ ବୃଦ୍ଧି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରୀ ପଦବୀ ବା ଚାକିରୀ ଆବେଦନ ପାଇଁ ଉଚ୍ଚ ବୟସ ସୀମା , ଓଡ଼ିଶା ବେସାମରିକ ସେବା ( ଉଚ୍ଚ ବୟସ ସୀମା ସ୍ଥିରୀକରଣ ) ନିୟମ ୧୯୮୯ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାଏ । ଏହି ନିୟମାବଳୀର ନିୟମ ୨ ଅନୁଯାୟୀ, ସରକାରୀ ଚାକିରୀରେ ଆବେଦନ ପାଇଁ ବୟସ ସୀମା ୩୨ ବର୍ଷ ରହିଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.