ETV Bharat / city

'ବିଜେଡିକୁ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି ସଂରକ୍ଷଣ ତାଲିକା ' - Panchayat reservation list

ଗତକାଲି ଜାରି ହୋଇଛି ପ୍ରାକ ପଞ୍ଚାୟତ ସଂରକ୍ଷଣ ତାଲିକା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରିଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଅଧିକ ପଢନ୍ତୁ...

Congress mla suro routray
ବିଜେଡିକୁ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି ସଂରକ୍ଷଣ ତାଲିକା
author img

By

Published : Oct 9, 2021, 5:45 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଗତକାଲି ଘୋଷଣା ହୋଇଛି ପ୍ରାକ ସଂରକ୍ଷଣ ତାଲିକା । ପଞ୍ଚାୟତ ସଂରକ୍ଷଣ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ବିଜେଡିକୁ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି ସଂରକ୍ଷଣ ତାଲିକା

ଗତକାଲି ଜାରି ହୋଇଛି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାକ ସଂରକ୍ଷଣ ତାଲିକା । ଏହା ତାଲିକାକୁ ବିରୋଧ କରିଛି କଂଗ୍ରେସ । ଶାସକ ଦଳ ନିଜକୁ ସୁହାଇଲା ଭଳି ସଂରକ୍ଷଣ ତାଲିକା ପ୍ରସ୍ତୁତି କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ବିଜେଡ଼ିକୁ ସୁହାଇଲା ଭଳି ସଂରକ୍ଷଣ ତାଲିକା କରାଯାଇଛି । ସେମାନେ ଯେମିତି ଜିତିବେ ସେହିପରି ତାଲିକା କରିଛନ୍ତି । ଅଫିସର ମାନଙ୍କୁ ଧରି ନିଜ ସୁବିଧା ପାଇଁ ଏଭଳି କରିଛନ୍ତି ରାଜ୍ୟ ସରକାର । କଂଗ୍ରେସ ଏହାକୁ ଘୋର ବିରୋଧ କରୁଛି ବୋଲି ସୁର କହିଛନ୍ତି।

ସୂଚନାଥାଉକି ଆସନ୍ତା ଫେବୃଆରୀ ଦ୍ବିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ତେବେ ଏହା ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ପାଇଁ ସଂରକ୍ଷଣ ତାଲିକା ଜାରି କରାଯାଇଛି । ଆସନ୍ତା ୧୬ ଓ ୧୮ ତାରିଖ ପର୍ଯ୍ୟନ୍ତ କୌଣସି ଆପତ୍ତି ଅଭିଯୋଗ ଥିଲେ ସରକାରଙ୍କ ପାଖରେ ରଖିବା ନେଇ ଦର୍ଶାଯାଇଛି । ଏହା ପରେ ଆସନ୍ତା ୨୬ ତାରିଖ ସୁଦ୍ଧା ସରକାର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିବେ ଏବଂ ବିଧିବଦ୍ଧ ଭାବେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.