ETV Bharat / city

ସୁରଙ୍କ ଭୀଷ୍ମ ପ୍ରତିଜ୍ଞା, କଙ୍ଗନାଙ୍କୁ ଓଡିଶା ମାଟିରେ ପୁରାଇ ଦିଆଯିବ ନାହିଁ

author img

By

Published : Nov 14, 2021, 7:34 PM IST

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବୟାନକୁ ନେଇ ତେଜୁଛି ବିବାଦ। ବିଭିନ୍ନ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି। ଏହି ଘଟଣାରେ ବଜ୍ର ପ୍ରତିଜ୍ଞା ନେଇଛନ୍ତି ସୁର ରାଉତରାୟ । ଅଧିକ ପଢନ୍ତୁ

ସୁରଙ୍କ ଭୀଷ୍ମ ପ୍ରତିଜ୍ଞା: କଙ୍ଗନାଙ୍କୁ ଓଡିଶା ମାଟିରେ ପୁରାଇ ଦିଆଯିବ ନାହିଁ

ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବୟାନକୁ ନେଇ ତେଜୁଛି ବିବାଦ। ବିଭିନ୍ନ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି। ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କଙ୍ଗନା ସମାଲୋଚନା କରିଛନ୍ତି । ଯାହା ଅପମାନ ସଦୃଶ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ତୁରନ୍ତ କଙ୍ଗନାଙ୍କ ଠାରୁ ପଦ୍ମ ପୁରସ୍କାର ଫେରାଇ ନିଆଯାଉ ବୋଲି ଦାବି କରିଛନ୍ତି ।

ଏହାସହ ଆଗାମୀ ଦିନରେ କଙ୍ଗନାଙ୍କୁ ଓଡିଶା ମାଟିରେ ପୁରାଇ ଦିଆଯିବ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ସୁର। ସେ ଫିଲ୍ମ ଅଭିନେତ୍ରୀ ଜଣଙ୍କ କହିଛନ୍ତି କେହି କିଛି କରିନାହାଁନ୍ତି । ତେବେ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଦେଶ ପାଇଁ ବଳିଦାନ କୁଆଡେ ଗଲା ବୋଲି ସୁର ପାଲଟା ପ୍ରଶ୍ନ କରିଛନ୍ତି । ସୁର ପୁଣି ଅଭିଯୋଗ କରିଛନ୍ତି କି କଙ୍ଗନାଙ୍କ ଅଶ୍ଲୀଳତା ଯୋଗୁଁ ଯୁବ ସମାଜ ଉପରେ ଖରାପ ପ୍ରଭାବ ପଡୁଛି । ତେଣୁ ତାଙ୍କ ଠାରୁ ପଦ୍ମ ପୁରସ୍କାର ଫେରାଇ ନିଆଯାଉ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.