ETV Bharat / city

ଜାନୁଆରୀ 27ରେ ଆତ୍ମାହୁତି ଦେବେ ସୁର ରାଉତରାୟ - congress leader sura rautray

ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରାୟ 70ଟି ଗାଁର ଲୋକଙ୍କ ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାଁ ରେ କରିଦିଆଯାଇଛି। ଯାହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଧାୟକ ସୁର ରାଉତରାୟ ।

congress leader sura rautray
ଆତ୍ମହୁତି ଦେବେ ବିଧାୟକ ସୁର ରାଉତରାୟ
author img

By

Published : Dec 23, 2019, 2:43 PM IST

ଭୁବନେଶ୍ବର: କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ଆତ୍ମାହୁତି ଦେବେ। ଆସନ୍ତା ଜାନୁୟାରୀ 27ରେ ନବୀନ ନିବାସ ସମ୍ମୁଖରେ ସେ ଆତ୍ମାହୁତି ଦେବେ ବୋଲି ଘୋଷଣା କରିଛନ୍ତି। ଏହାପରେ ଅନ୍ୟମାନେ ବି ଆତ୍ମାହୁତି ଦେବେ ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ଜାନୁଆରୀ 27ରେଆତ୍ମହୁତି ଦେବେ ବିଧାୟକ ସୁର ରାଉତରାୟ !

ଦୀର୍ଘ ଦିନ ଧରି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରାୟ 70ଟି ଗାଁର ଲୋକଙ୍କ ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାଁ ରେ କରିଦିଆଯାଇଛି। ଯେଉଁଥିପାଇଁ ଏସବୁ ଅଞ୍ଚଳରେ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁ ନାହଁ। ଗତ 7ବର୍ଷରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥିବା କଥା ଉଠାଇଛନ୍ତି ସୁର।

ସେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଆନ୍ଦୋଳନ କଲୁ, ସରକାରୀ ବାବୁଙ୍କୁ ଗୁହାରି କଲୁ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ, ଉନ୍ନୟନ କମିଶନର ସମସ୍ତଙ୍କୁ ଭେଟିଲୁ। ହେଲେ କେହି ଶୁଣୁ ନାହାଁନ୍ତି। ବାଧ୍ୟ ହୋଇ ଆତ୍ମାହୁତି ଦେବା ଛଡା ଆମ ନିକଟରେ ବିକଳ୍ପ ନାହିଁ ବୋଲି ନିଜ ଅସହାୟତା ପ୍ରକାଶ କରିଛନ୍ତି।

ସେହିପରି ଦାରୁଠେଙ୍ଗ ଠାରେ ହୋଇଥିବା ଡମ୍ପିଂୟାର୍ଡ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ବାରମ୍ବାର ଦାବି ହେଉଥିଲେ ବି ସରକାର ଶୁଣୁ ନାହାନ୍ତି। ସ୍ଥାନୀୟ ଅଞ୍ଚଳ ପଚା ଦୁର୍ଗନ୍ଧରେ ଫାଟି ପଡୁଛି। ଭୂତଳ ଜଳ ମଧ୍ୟ ଦୂଷିତ ହୋଇଗଲାଣି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପରେ ଏହାର ପ୍ରଭାବ ପଡୁଛି। ଜୀବଜନ୍ତୁ ମରୁଛନ୍ତି। ତଥାପି ସରକାର ଚେତୁ ନାହାଁନ୍ତି। ସ୍ଥାନୀୟ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟଙ୍କୁ ଡାକି ନିଜ ଦୁଃଖ ଜଣାଇଛନ୍ତି ବିଧାୟକ। ଜାନୁୟାରୀ 26 ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି। ଯଦି ସରକାର ନଶୁଣିବେ ତେବେ ଆତ୍ମାହୁତି ଛଡା ରାସ୍ତା ନାହିଁ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ଆତ୍ମାହୁତି ଦେବେ। ଆସନ୍ତା ଜାନୁୟାରୀ 27ରେ ନବୀନ ନିବାସ ସମ୍ମୁଖରେ ସେ ଆତ୍ମାହୁତି ଦେବେ ବୋଲି ଘୋଷଣା କରିଛନ୍ତି। ଏହାପରେ ଅନ୍ୟମାନେ ଦେବେ ବୋଲି ସେ କହିଛନ୍ତି। ଦୀର୍ଘ ଦିନ ଧରି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରାୟ 70ଟି ଗାଁର ଲୋକଙ୍କ ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାଁ ରେ କରି ଦିଆଯାଇଛି। ଯେଉଁଥିପାଇଁ ଏସବୁ ଅଂଚଳରେ ଲୋକ ନାହିଁ ନଥିବା ସମସ୍ୟା ସାମ୍ନା କରୁଛନ୍ତି। ଅଂଚଳରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହୋଇପାରୁ ନାହଁ। ଗତ 7ବର୍ଷରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରି ନାହିଁ। କଂଗ୍ରେସ ଭବନରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା ଉଠାଇଛନ୍ତି। କହିଛନ୍ତି ଦୀର୍ଘ ଦିନ ଧରି ଆନ୍ଦୋଳନ କଲୁ, ସରକାରୀ ବାବୁଙ୍କୁ ଗୁହାରି କଲୁ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ, ଉନ୍ନୟନ କମିଶନର ସମସ୍ତଙ୍କୁ ଭେଟିଲୁ। ହେଲେ କେହି ଶୁଣୁ ନାହାଁନ୍ତି। ବାଧ୍ୟ ହୋଇ ଆତ୍ମାହୁତି ଦେବା ଛଡା ଆମ ନିକଟରେ ବିକଳ୍ପ ନାହିଁ ବୋଲି ନିଜ ଅସହାୟତା ପ୍ରକାଶ କରିଛନ୍ତି। ସେହିପରି ଦାରୁଠେଙ୍ଗ ଠାରେ ହୋଇଥିବା ଡମ୍ପିଂୟାର୍ଡ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ବାରମ୍ବାର ଦାବି ହେଉଥିଲେ ବି ସରକାର ଶୁଣୁ ନାହାନ୍ତି। ଏପରିକି ବିକଳ୍ପ ଜାଗା ଦିଆଯାଇଥିଲା ହେଲେ କେହି ଶୁଣୁ ନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ପଚା ଦୁର୍ଗନ୍ଧରେ ଫାଟି ପଡୁଛି। ଭୂତଳ ଜଳ ମଧ୍ୟ ଦୂଷିତ ହୋଇଗଲାଣି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପରେ ଏହାର ପ୍ରଭାବ ପଡୁଛି। ଜୀବଜନ୍ତୁ ମରୁଛନ୍ତି। ତଥାପି ସରକାର ଚେତୁ ନାହାଁନ୍ତି। ସ୍ଥାନୀୟ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟଙ୍କୁ ଡାକି ନିଜ ଦୁଃଖ ଜଣାଇଛନ୍ତି ବିଧାୟକ। ଜାନୁୟାରୀ 26 ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି। ଯଦି ସରକାର ନଶୁଣିବେ ତେବେ ଆତ୍ମାହୁତି ଛଡା ରାସ୍ତା ନାହିଁ ବୋଲି ସମସ୍ତେ କହିଛନ୍ତି।

Body:ବାଇଟ ସୁର ରାଉତରାୟ, ଜଟଣୀ ବିଧାୟକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.