ଭୁବନେଶ୍ବର : ରାଜ୍ୟରେ ଶିକ୍ଷାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । 5ଟି କାର୍ଯ୍ୟକ୍ରମ ଆଧାରରେ ସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମ ଜାରି ରହିଛି । ଖାଲି ଶିକ୍ଷକ ପଦବୀ ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ 7 ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।
ତେବେ ଆଗକୁ ନିର୍ବାଚନ ଋତୁ ଆସୁଥିବାରୁ ଏହା ନିର୍ବାଚନୀ ଧୂଆଁ ବାଣ ବୋଲି କହିଛନ୍ତି ବିରୋଧୀ । ସ୍କୁଲରେ ଆବଶ୍ୟକୀୟ ଭିତ୍ତିଭୂମି ଅଭାବ, ଶିକ୍ଷକ ପଦବୀ ଖାଲି ପଡ଼ିଛି । ସ୍କୁଲରେ ଖେଳ ପଡିଆ ନାହିଁ, ପିଲା ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି । ତେଣୁ ଆଗକୁ ନିର୍ବାଚନ ଆସୁଛି । ତେଣୁ ଶିକ୍ଷକ ନିଯୁକ୍ତି ଖାଲି ଧୂଆଁ ବାଣ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ