ଭୁବନେଶ୍ବର: ଲକ୍ଡାଉନ୍ ଅବଧିକୁ ନେଇ ସବୁଆଡେ ଚର୍ଚ୍ଚା । ବଢିବ ନା ଶେଷ ହେବ । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ଦଳର ସାଂସଦଙ୍କ ସହିତ ଆଲୋଚନା କରିଛନ୍ତି ।
ଏପଟେ ରାଜ୍ୟରେ କିନ୍ତୁ ଅବଧି ବଢିବା ନିହାତି ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ତୁରନ୍ତ ସର୍ବଦଳୀୟ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବାକୁ ସେ କହିଛନ୍ତି । ରୋଗ ବଢୁଛି, ତେଣୁ ଲକଡାଉନ ବଢିବା ନିହାତି ଦରକାର । ନିଜେ ବଞ୍ଚିଲେ ସିନା ବିକାଶ କଥା ଚିନ୍ତା କରିବ ବୋଲି ସେ କହିଛନ୍ତି ।
ଏହାସହ ନିୟମ ଆହୁରି କଡାକଡି ହେବା ଦରକାର ବୋଲି କଂଗ୍ରେସ ବିଧାୟକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ