ETV Bharat / city

ଅସଞ୍ଜତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ: ସୁର

author img

By

Published : Oct 10, 2022, 9:45 AM IST

ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏନେଇ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଯେଉଁମାନେ ସଂଯତ ନୁହେଁ ସେମାନେ ଭୁଲ କରିଥିବେ । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଅସଂଯତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ: ସୁର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଅନେକ ରାଜନେତାଙ୍କ ସହ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଫଟୋ ଭାଇରାଲ ହେବା ପରେ ପାୱାର କରିଡରରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏନେଇ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ରାଜଧାନୀରୁ ଉଚ୍ଚ ଶିକ୍ଷିତା ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ହୋଇଛନ୍ତି । ପୋଲିସରେ ଅଭିଯୋଗ ପରେ ମାୟାବିନୀ ଅର୍ଚ୍ଚନା ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଏହି ଲେଡି ବ୍ଲାକମେଲର । ଖଣ୍ଡଗିରି ଥାନା ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କାରଣ ରାଜ୍ୟର ଅନେକ ହେବିୱେଟ ନେତା ବ୍ଲାକମେଲର ଶିକାର ହୋଇଥିବା ବେଳେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ମଧ୍ୟ ଅନେକ ନେତାଙ୍କର ଫଟୋ ଏବେ ସାମ୍ନାକୁ ଆସିଛି ।

ଏହି ଘଟଣାରେ ବେଶ୍ ମାପିଚୁପି ମୁହଁ ଖୋଲିଛନ୍ତି ଡିସିପି ପ୍ରତୀକ ସିଂ । ଅର୍ଚ୍ଚନାର ଗିରଫଦାରୀ ପ୍ରସଙ୍ଗକୁ ସ୍ବୀକାର କରିଛନ୍ତି ଏବଂ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ସେପଟେ ଅର୍ଚ୍ଚନାଙ୍କ ମେଲରୁ ୨୦ ରୂପଜୀବୀଙ୍କ ଫଟୋ ଓ ତଥ୍ୟ ପୋଲିସକୁ ମିଳିଥିବା ସୂଚନା ମିଳିଛି । ମୁମ୍ବାଇ ଓ କଲିକତାରୁ ଯୁବତୀ ଆଣି ଚଳାଇଥିଲା ହନିଟ୍ରାପ । ଏହା ସହିତ ମେଲରେ ରହିଛି ୬୪ ଜଣ ରାଜନେତାଙ୍କ ଫଟୋ । ଯାହାକୁ ନେଇ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ବିଜେପି ଏନେଇ ବିଜେଡିର ୨୫ ଜଣ ନେତା ଅର୍ଚ୍ଚନାଙ୍କ ଘରକୁ ଯାଉଥିବା ଅଭିଯୋଗ କରିଥିବାବେଳେ ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ ଉଠଇଛି । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ନେତାଙ୍କ ଆଚରଣ ଓ ଉଚ୍ଚାରଣରେ ତାଳମେଳ ରହୁନାହିଁ । ଯେଉଁମାନେ ସଂଯତ ନୁହେଁ ସେମାନେ ଭୁଲ କରିଥିବେ । ତେବେ ଏନେଇ ଖୋଳତାଡ଼ ହେବା ଆବଶ୍ୟକ । ଯେ କେହି ହୁଅନ୍ତୁ ନା କାହିଁକି, ଯଦି ଭୁଲ କରିଥାନ୍ତି କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.