ETV Bharat / city

ଧୋତି ପିନ୍ଧା ନେତା ଏବେ ଅଲୋଡା: ନରସିଂହ ମିଶ୍ର - ସ୍ବଦେଶୀ ବସ୍ତ୍ର

ସେମାନେ ସ୍ବଦେଶୀ ବସ୍ତ୍ର ପିନ୍ଧି ଦେଶକୁ ସ୍ବାଧୀନତା ଦେଲେ । ସ୍ବଦେଶୀ ବସ୍ତ୍ର ପିନ୍ଧି ଦେଶରେ ନୂଆ ବିପ୍ଲବ ଆଣିଲେ । କିନ୍ତୁ ସେହି ଧୋତି ପିନ୍ଧା ନେତା ବା ଜନନାୟକ ଆଜି ଅଲୋଡା ହୋଇଗଲେ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର
author img

By

Published : Jul 31, 2019, 7:59 PM IST

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ । ଯେଉଁଥିପାଇଁ ଏ ପବିତ୍ର ବିଧାନସଭାରେ ବାରମ୍ବାର ଆଲୋଚନା ହେଉଥିବା ବେଳେ ଆମର ଗର୍ବ ଓ ଗୌରବଙ୍କୁ ଆମେ ଭୁଲିଗଲୁଣି । ଏ ଜାତି ଯେଉଁମାନଙ୍କ ବଳିଦାନକୁ ନେଇ ଗର୍ବିତ ସେଇ ଧୋତି ପିନ୍ଧା ନେତାଙ୍କୁ ଆଜିର ନେତାମାନେ ଭୁଲିଯିବା ଦୁର୍ଭାଗ୍ୟ ଜନକ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଆଜି ଏମିତି ବିଧାନସଭାରେ ନିଜର ଉଦବେଗ ପ୍ରକାଶ କରିଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶୂନ୍ୟକାଳରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଏନେଇ ଉଦବେଗ ପ୍ରକାଶ କରି କହିଥିଲେ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ଓ ବିଜୁବାବୁଙ୍କ ଭଳି ନେତାମାନେ ଧୋତି ପିନ୍ଧୁଥିଲେ । ବର୍ତ୍ତମାନ ବିଧାନସଭାର 4 ଜଣରୁ ଅଧିକ ବିଧାୟକ ଧୋତି ପିନ୍ଧୁନାହାନ୍ତି । ଅନ୍ୟ ବିଧାୟକ ମାନଙ୍କ ମଧ୍ୟରୁ ଅଧିକାଂଶ ଧୋତି ପିନ୍ଧା ଜାଣିନଥିବେ ବୋଲି ନରସିଂହ କହିଛନ୍ତି ।

ସେଥିପାଇଁ ଗୋପବନ୍ଧୁ ଓ ପଞ୍ଚସଖାଙ୍କ ପୀଠ ବକୁଳ ବନରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେବାର 9 ମାସ ପରେ ବି କାମ ଆରମ୍ଭ ହୋଇନି ବୋଲି କଟାକ୍ଷ କରିଛନ୍ତି ନରସିଂହ । ଫନିରେ ବକୁଳବନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ବି ଆଜି ଯାଏଁ କେହି ଦେଖିବାକୁ ଯାଇନାହାନ୍ତି ଯାହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି । ଧୋତି ପିନ୍ଧା ନେତାଙ୍କୁ ସରକାର ଭୁଲିଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶୁଭ ଦେଉଥିବା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଉନି ବୋଲି ସେ କହିଛନ୍ତି ।

ଏଥିସହ ନରସିଂହ ପୁଣିଥରେ ମଧୁବାବୁଙ୍କୁ ମରଣତ୍ତୋର ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଉଠାଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.