ଭୁବନେଶ୍ବର: ଶୀତକାଳୀନ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ବିଧାୟକ ଦଳ ବୈଠକ । ଶୁକ୍ରବାରରୁ ବିଧାନସଭାରେ ଶୀତ ଅଧିବେଶନ ଆରମ୍ଭ ହେବ । ଏହାପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ସରିଛି ।
ଗୃହରେ ରାଜ୍ୟର ବେକାରୀ ସମସ୍ୟା ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଅଧିକ ଗୁରୁତ୍ବ ଦେବ କଂଗ୍ରେସ । ଏଥିସହ ସ୍କୁଲ୍ ଖୋଲିବା ପ୍ରସଙ୍ଗ, ଚୀନକୁ ଖଣିଜ ସମ୍ପଦ ଚାଲାଣ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବ କଂଗ୍ରେସ । ସେହିପରି ହାଜତ ମୃତ୍ୟୁ ଓ ମାଲକାନଗିରି ଜିଲ୍ଲାପାଳଙ୍କ ହତ୍ୟା ମାମଲାରେ ସମ୍ପୃକ୍ତିକୁ ନେଇ ବିଧାନସଭାରେ ବିଜେଡିକୁ କଂଗ୍ରେସ ଘେରିବ ବୋଲି ଆଲୋଚନା ହେଉଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ