ETV Bharat / city

କଂଗ୍ରେସର ବିଫଳତାରୁ ଶିକ୍ଷା, ଗଠନ ହେବ ଜିଲ୍ଲାସ୍ତରୀୟ କମିଟି

author img

By

Published : Oct 24, 2019, 11:48 PM IST

ସାଧାରଣ ନିର୍ବାଚନ ଏବଂ ଉପନିର୍ବାଚନରେ ମାତ ଖାଇବା ପରେ ପ୍ରଦେଶ କଂଗ୍ରେସ ଦ୍ବାରା ଜିଲ୍ଲାସ୍ତରୀୟ କମିଟିକୁ ପୁର୍ନଗଠନ କରାଯିବ । ଏନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ ସବୁଥିରେ କଂଗ୍ରେସ ଫେଲ ମାରିଛି । ତେବେ ଆଗାମୀ ଦିନରେ ଦଳକୁ ସୁଦୃଢ କରିବା ପାଇଁ କଂଗ୍ରେସ ମୁଖିଆମାନଙ୍କ ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜିଲ୍ଲାସ୍ତରୀୟ କମିଟିକୁ ପୁର୍ନଗଠନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନୂତନ ଭାବରେ ଜିଲ୍ଲା କମିଟି, ବ୍ଲକ ସ୍ତରରେ ପିସିସି କମିଟି ଗଠନ କରାଯିବ । ଏହା ସହିତ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତା ନଭେମ୍ବର ମାସ ୭ ତାରିଖ ସୁଦ୍ଧା ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଜିଲ୍ଲା ଓ ବ୍ଲକ ସ୍ତରରେ କିଏ କେଉଁ ଭଳି ଲୋକମାନଙ୍କ ସହ ସହଯୋଗ ରଖୁଛି ସେନେଇ ମଧ୍ୟ ନଜର ରଖିବେ କଂଗ୍ରେସ ସଭାପତି । କାମ ଆଧାରରେ ସ୍ଥାନୀୟ ନେତା ମାନଙ୍କୁ ନୂତନ କମିଟିରେ ସାମିଲ କରାଯିବ ବୋଲି ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।

କଂଗ୍ରେସର ପ୍ରଦେଶ କମିଟି ଓ ଜିଲ୍ଲା କମିଟିକୁ କିଛି ବର୍ଷ ପୂର୍ବରୁ ଭାଙ୍ଗି ଦିଆଯାଇଛି । ତେଣୁ ବର୍ତ୍ତମାନ ପ୍ରଦେଶ କଂଗ୍ରେସ ସଭାପତି ଓ ଦୁଇ ଜଣ କାର୍ଯ୍ୟକାରୀ ପ୍ରଦେଶ ସଭାପତି ରହିଥିବା କଥା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
ନିର୍ବାଚନରେ କଂଗ୍ରେସର ସ୍ଵଚନୀୟ ପରାଜୟ, ଗଠନ ହେବ ଜିଲ୍ଲା ସ୍ତରୀୟ କମିଟି।

ରାଜ୍ୟରେ ସାଧାରଣ ନିର୍ବାଚନ ହେଉ କି ଉପ ନିର୍ବାଚନ ହେବ ସବୁଥିରେ କଂଗ୍ରେସ ଫେଲ ମାରିଛି। ଏବେ ଆଗାମୀ ଦିନରେ ଦଳ କୁ ସୁଦୃଢ କରିବା ପାଇଁ କଂଗ୍ରେସ ର ମୁଖିଆଙ୍କ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି।

Body:

ରାଜ୍ୟରେ ଦେଖା ଦେଇଛି କଂଗ୍ରେସର ପରାଜୟ। ଏହି ପରାଜୟ ଭିତରେ କଂଗ୍ରେସ ଅନେକ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରିଛି। ହେଲେ କୌଣସି ସଫଳତାର ସ୍ୱାଦ ଦେଇନାହିଁ। ଯାହା ଦ୍ୱାରା ଲୋକମାନଙ୍କ ସହ ସହଯୋଗର ଓ ମିଶିବାର ଅଭାବ ଅନୁଭବ ହେଉଛି କଂଗ୍ରେସ ମୁଖିଆଙ୍କୁ। ତେଣୁ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଛି।
କଂଗ୍ରେସ ର ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା ପ୍ରଦେଶ କମିଟି କିଛି ବର୍ଷ ପୂର୍ବରୁ ଏହାକୁ ଭାଙ୍ଗି ଦିଆଯାଇଛି। ତେଣୁ ମୋଟା ମୋଟି ଭାବରେ କହିଲେ କେବଳ ପ୍ରଦେଶ କଂଗ୍ରେସ ସଭାପତି ଓ ଦୁଇ ଜଣ କାର୍ଯ୍ୟକାରୀ ପ୍ରଦେଶ ସଭାଅତି ରହିଛନ୍ତି।
ତେବେ ନୂତନ ଭାବରେ ଜିଲ୍ଲା ସଭାପତି, ଜିଲ୍ଲା କମିଟି, ବ୍ଲକ ସ୍ତରରେ ପିସିସି କମିଟି ଗଠନ କରାଯିବ। ଆସନ୍ତା ନଭେମ୍ବର ମାସ ୭ ତାରିଖ ସୁଧା ରିପୋର୍ଟ ଦିଆଯିବ। ଜିଲ୍ଲା , ବ୍ଲକ ସ୍ତରରେ କିଏ କେଉଁଇଁ ଭଳି ଲୋକମାନଙ୍କ ସହ ସହଯୋଗ ରଖୁଛି ସେନେଇ ମଧ୍ୟ ନଜର ରଖିବେ କଂଗ୍ରେସ ସଭାପତି। ଯେଉଇଁ ମନେ ଭଲ କାମ କରୁଛନ୍ତି ଲୋକମାନଙ୍କ ପାଇଁ ସେହି ମାନଙ୍କୁ କମିଟି ରେ ଅନ୍ତର୍ଭୂକ୍ତ କରାଯିବ।

Byte- ନରସିଂହ ମିଶ୍ର, କଂଗ୍ରେସ ନେତା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.